ଯୋଗ ହିଁ ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥ ମାନସିକତା ଦେଇପାରିବ

କୁକୁଡାଖଣ୍ଡି, (ବିଭୂନନ୍ଦ ପଣ୍ଡା) :ପ୍ରତେକ ବର୍ଷ ଜୁନ 21 ତାରିଖ ଦିନ ବିଶ୍ୱ ଯୋଗ ଦିବସ ରୂପେ ପାଳନ କରାଯାଉଥିବା ବେଳେ କୁକୁଡାଖଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଯୋଗ ଦିବସ ପାଳିତ ହୋଇଥିଲା l ବିଦ୍ୟାଳୟ ର ଶ୍ୟାମ ଅଚାରୀ, ମହାପାତ୍ର ଗୁରୁଜୀ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ ଓ ଗୁରୁଜୀ ଗୁରୁମା ଙ୍କୁ ନେଇ ଯୋଗ ଶିକ୍ଷା ଦାନ ଦେବା ସହ ଯୋଗ କରିବା ଦ୍ୱାରା ଆମର ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥ ମାନସିକତା ଦେଇପାରିବ ବୋଲି କହିଥିଲେ l ଏ ଅବସରରେ ବିଦ୍ୟାଳୟ ର ପ୍ରଧାନ ଗୁରୁମା ଉର୍ମିଳା ସହ ସମସ୍ତ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ l ସେହିପରି ବ୍ଲକ କାର୍ଯ୍ୟାଳୟ ଓ ବରିଷ୍ଠ ନାଗରିକ ମାନଙ୍କ ସଙ୍ଘ ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ