ଯୋଜନାବଦ୍ଧ ଭାବେ ବଧୂ ହତ୍ୟା ଅଭିଯୋଗ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ରାଜେନ୍ଦ୍ରପୁର ପଞ୍ଚାୟତ ସାରୋ ଗ୍ରାମରେ ଯୋଜନାବଦ୍ଧ ଭାବେ ବଧୂହତ୍ୟା ହୋଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ପ୍ରାପ୍ତ ଅଭିଯୋଗ ଅନୁଯାୟୀ ରଣଜିତ ପଞ୍ଚାୟତ ନିଳାଦ୍ରୀ ଗ୍ରାମର କୃପାସିନ୍ଧୁ ବେହେରାଙ୍କ ଝିଅ ରୂପେଲୀ ସାରୋ ଗ୍ରାମର କାଳନ୍ଦୀ ବେହେରାଙ୍କୁ ଦୁଇବର୍ଷ ପୂର୍ବେ ବିବାହ କରିଥିଲେ । ବିବାହର କିଛିମାସ ପରେ ଶାଶୂଘର ଲୋକେ ରୂପେଲୀକୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ତାଙ୍କ ବାପା କୃପାସିନ୍ଧୁ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ମଙ୍ଗଳବାର ସକାଳୁ ତାଙ୍କ ଝିଅ ମୃତ୍ୟୁବରଣ କରିଥିବା ସେ ଖବର ପାଇ ସାରୋ ଠାରେ ପହଞ୍ଚିଥିଲେ । ସେଠାରେ ତାଙ୍କ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୁଲିସକୁ ଜଣାଇଛନ୍ତି । ଅଭିଯୋଗ ମିଳିବା ପରେ ଥାନା ପକ୍ଷରୁ ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଥାନା ସହକାରୀ ଅଧିକାରୀ ଅନୁରାଗ ମହାନ୍ତିଙ୍କ ନେତୃତ୍ୱରେ ଏକ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିବାବେଳେ ଏନେଇ ୨୪୫/୨୧ରେ ୧୦ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିବା ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ