ଯୋଡ଼ାମୁଣ୍ଡ ଶିଶୁ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା କଲେ ଦିଲ୍ଲୀ ଏମ୍ସର ପ୍ରଫେସର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ବହୁ ଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗାର ଶନିବାର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ଦିଲ୍ଲୀ ଏମ୍ସ ର ପ୍ରଫେସର ଦୀପକ ଗୁପ୍ତା । ୨୦୧୭ ମସିହାରେ ସେ ଦିଲ୍ଲୀ ଏମ୍ସରେ ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆର ସଫଳ ଅସ୍ତ୍ରୋପ୍ରଚାର କରିଥିଲେ। ଶନିବାର ସେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଆସି ଜଗା ରହୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଜଗାକୁ ଭେଟିଥିଲେ। ଜଗା ରହୁଥିବା ସ୍ୱତନ୍ତ୍ର କ୍ୟାବିନ ଭିତରେ ସେ ଦୀର୍ଘ ସମୟ ରହି ତାର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ, ତାପରେ ସେ ସମ୍ପୂର୍ଣ ସୁସ୍ଥ ଅଛି ଏବଂ ତାକୁ ସ୍କୁଲକୁ ପାଠ ପଢିବା ପାଇଁ ପଠାଯାଉ ବୋଲି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସେ ପରାମର୍ଶ ଦେଇଥିଲେ।ଏହା ସହିତ ସମୟ ଆସିଲେ ତା ମୁଣ୍ଡର ଦୁତୀୟ ଅସ୍ତ୍ରୋପ୍ରଚାର କରାଯିବ ବୋଲି ତାର ବାପା ମା ଏବଂ କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସୂଚନା ଦେଇଥିବା ଜିଲାମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡ଼.ଅଭୟ ପଟ୍ଟନାୟକ କହିଛନ୍ତି । ଆସନ୍ତା କିଛି ମାସ ମଧ୍ୟରେ ଏହି ଅପରେସନ କରାଯିବ ବୋଲି ମଧ୍ୟ ପ୍ରଫେସର ଶ୍ରୀ ଗୁପ୍ତା ମଧ୍ୟ ପ୍ରକାଶ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ