ଯୋଡ଼ାରେ ଦିବାରାତ୍ରି କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ
ଯୋଡ଼ା,(ସମୀର କୁମାର ଦାସ):ମଙ୍ଗଳବାର ଦିନ ଯୋଡସ୍ଥିତ କେନ୍ଦ୍ରୀୟ ଖେଳ ପଡିଆ ଠାରେ ୬ଦିବାସୀୟ ଦିବାରାତ୍ରି କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ ହୋଇଯାଇଛି l ଯୋଡ଼ା ୟୁଥ ଆସୋସିଏସନ ପକ୍ଷରୁ ଯୋଡ଼ା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ସମର କପରେ ଯୋଡ଼ା ତଥା ଏହାର ଆଖପାଖ ଅଂଚଳରୁ ୨୦ ଟି ବଛା ବଛା ଦଳ ଏଥିରେ ଭାଗନେଇଥିବା ବେଳେ ପ୍ରଥମ ଦିନରେ ୬ ଟି ଦଳ କ୍ରୀଡା ପ୍ରଦର୍ଶନ କରିଛନ୍ତି l ପ୍ରଥମେ ଜୁରୁଡି ସହିତ ଟେନସା ର କଡା ମୁକାବିଲା ଦେଖିବାକୁ ମିଳିଥିବାବେଳେ ଏଥିରେ ଟେନସା ବିଜୟ ହାସଲ କରିଥିଲାଲସେହିପରି ଦୱାର୍ଲଡ ସହିତ ନେହାଲ ଏକାଦଶର ମୁକାବିଲା ହୋଇ ନେହାଳ ବିଜୟ ହାସଲ କରିଛି l ନେହାଲ ସହିତ ଚମ୍ପୁଆ ର ଇରଫାନ ଏକାଦଶ ର ମୁକାବିଲା ହୋଇଥିଲା l ପ୍ରଥମ ଦିନରେ ବଡ଼ବିଲ ଅତିରିକ୍ତ ତହସିଲଦାର ବିଶ୍ୱଜିତ ଦଳାଇ, ଯୋଡ଼ା ପୌର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳ, ଯୋଡ଼ା ଟ୍ରକ ମାଲିକ ସଂଘ ସମ୍ପାଦକ ସୁଶାନ୍ତ ବାରିକ, ଯୋଡ଼ା ପ୍ରେସ ସମ୍ପାଦକ ଦୀପକ ଶତପଥୀ, ଯୋଡ଼ା ନଗର ବିଜେଡି ସଭାପତି ଚତୁର୍ଭୁଜ ପଳେଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ରୋମାଞ୍ଚକର ଖେଳ ଉପଭୋଗ କରିବାକୁ ଆଖପାଖ ଅଂଚଳରୁ ଅନେକ କ୍ରୀଡ଼ାପ୍ରେମୀ ସେଠାରେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା l