ଯୋଡ଼ାରେ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ତାରିଣୀ ମନ୍ଦିରରେ ଦୀପଦାନ ଜାଳିଲେ
ଯୋଡ଼ା,(ୱାଇ ଏନ ଏସ):ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ ଓ ପୂଜାର୍ଚ୍ଚନା କରାଯାଇଛି। ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନଙ୍କ ଅସୁସ୍ଥତା ନେଇ ସାରା ରାଜ୍ୟରେ ଆଶୁ ଆରୋଗ୍ୟ କାମନା କରାଯାଉଛି। ଏହି ପରିପ୍ରେକ୍ଷୀରେ ଯୋଡା ପୌରପାଳିକା ଅନ୍ତର୍ଗତ କଳାପାହାଡ ସ୍ଥିତ ମା ତାରିଣୀ ମନ୍ଦିରରେ ଯୋଡ଼ା ପୌର ଅଧ୍ୟକ୍ଷ ଡ. ଜଗଦୀଶ ପ୍ରସାଦ ସାହୁଙ୍କ ନେତୃତ୍ୱରେ ରବିବାର ୫ ଟା ସମୟରେ ଶତାଧିକ ମହିଳା ଓ ପୁରୁଷ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ଦାନ କରିଛନ୍ତି । ଏହାସହ ମାଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି । ଏଥିରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ତଥା ଯୋଡ଼ା ନଗରର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ । ମହିଳାମାନେ ହୁଳହୁଳି ପକାଇ ନବୀନଙ୍କ ପାଇଁ ପୂଜା କରିଥିଲେ । ଶୀଘ୍ର ନବୀନ ସୁସ୍ଥ ହୋଇ ପୁଣି ଓଡିଶାକୁ ଆସି ଲୋକଙ୍କ ସେବା ଜାରି ରଖନ୍ତୁ ବୋଲି ସେମାନେ କାମନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଡ଼ା ନଗର ସଭାପତି ଚତୁର୍ଭୁଜ ପଲେଇ, ନିରଞ୍ଜନ ବହିଦାର, ଜିତେନ୍ଦ୍ର ଜୟ ସ୍ଵଲ୍, ମାୟାଧର ପାତ୍ର, ସୁଶାନ୍ତ କୁମାର ବାରିକ, ବାବୁଲାଲ ସାହୁ, ବିଶ୍ଵ ପ୍ରତାପ ବେହେରା, ବାବୁଆ ବାନା,ବରୁଣ ଆପଟ୍ଟ, ପ୍ରମୋଦ କୁମାର ବେହେରା,ସସ୍ମିତା ମହାନ୍ତି, ସୁମିତ୍ରା କାରୁଆ, ସନ୍ଧ୍ୟାରାଣି ନାଏକ, ଝରଣା ସୁର, ମଞ୍ଜୁ ନାଏକ, ସରୋଜିନୀ ଦାସ, ନିରୂପମା ନାଏକ, ରଞ୍ଜିତ ହେମ୍ବ୍ରମ, ଦିପା ନାଏକ, ସବିତା ମହାନ୍ତ, ସବିତା ମଣ୍ଡଳ, ରେନୁ ଗୋପ ପ୍ରମୁଖ ଉପସ୍ଥିତ ରହିଥିଲେ।