ଯୋଡାଠାରେ ନବ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

ଯୋଡ଼ା (ଯୁଗାଦ୍ଦ) : କେନ୍ଦୁଝର ଜିଲା ଯୋଡା ସହରସ୍ଥିତ ସେନ୍ଟ ଟେରେସା ସ୍କୁଲ ପଡିଆଠାରେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ନବ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞର ଆୟୋଜନ କରାଯାଇଛି । ରବିବାର ଠାରୁ ୩ ଦିନ ଧରି ଆୟୋଜିତ ମହାଯଜ୍ଞ ର ପ୍ରଥମ ଦିନ ସକାଳ ୯ ଘଟିକାରେ ଧର୍ମ ଦ୍ୱଜା ଉତୋଳନ ପରେ ୧୦ ଘଟିକାରେ ମହିଳାମାନେ ଏକ କଳସ ଶୋଭାଯାତ୍ରାରେ ବାହାରି ଯୋଡା ସହର ପରିକ୍ରମା କରିଥିଲେ । ଅପରାହ୍ନ ୧ ଘଟିକା ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ସନ୍ଧ୍ୟା ୬ଘଟିକା ସମୟରେ ଯୁଗ ସଂଗୀତ ଓ ପ୍ରବଚନର କାର୍ଯକ୍ରମ ରହିଥିବା ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ କୁହାଯାଇଛି । ସମାଜରେ ଅଧର୍ମ , ପାପ, ଅନ୍ୟାୟ, ଅତ୍ୟାଚାରକୁ ସମାପ୍ତ କରି ସତ୍ୟ , ଧର୍ମ ଓ ନ୍ୟାୟକୁ ପ୍ରତିଷ୍ଠା କରିବା ଏହି ନବ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞର ଉଦ୍ଦେଶ୍ୟ ବୋଲି ହରିଦ୍ୱାରରୁ ଆସିଥିବା ପ୍ରବଚକ ପଣ୍ଡିତ ନରେନ୍ଦ୍ର ବିଦ୍ୟାର୍ଥୀ କହିଛନ୍ତି । ଆସନ୍ତା ୦୩/୦୩/୨୦୨୦ ମଙ୍ଗଳବାର ଦିନ ଟୋଲି ବିଦାୟୀ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଥିବା ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ