ଯୋଡାରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ଯୋଡା, (ସମୀର କୁମାର ଦାସ):ଯୋଡା ସହରରେ ଆଂଶିକ ଭାରତ ବନ୍ଦ ର ପ୍ରଭାବ ଦେଖା ଦେଇଛି । ସହରରେ ଥିବା କିଛି ଦୋକାନ, ବଜାର ପ୍ରଭୃତି ବ୍ୟବସାୟୀକ ସଂସ୍ଥାଗୁଡିକ ବନ୍ଦ ଥିବାବେଳେ କିଛି ଖୋଲା ରହିଥିବା ଦେଖିବାକୁ ମିଳିଥିଲା । ଜିଏସ୍‌ଟି ସରଳିକରଣ, ଇ-କମର୍ସ ବ୍ୟବସାୟୀକ ବିସ୍ତାରବାଦ ନୀତିକୁ ବିରୋଧ କରି ସମଗ୍ର ଦେଶରେ ସର୍ବ ଭାରତୀୟ ସଂଘ ପକ୍ଷରୁ ଭାରତ ବନ୍ଦ ର ଡାକରା ଦିଆଯାଇଥିଲା । ଏହାକୁ ବହୁ ବ୍ୟବସାୟୀକ ସଂସ୍ଥା ସମର୍ଥନ କରିଥିଲେ । ଯୋଡା ସହରରେ ବନ୍ଦ ର ପ୍ରଭାବ ଆଂଶିକ ଥିବାରୁ ସ୍ୱଭାବିକ ପରିସ୍ଥିତି ରହିଥିଲା । ସହରରେ ଅପ୍ରିତିକର ପରିସ୍ଥିତି ଉପୁଜିବା ଆଶଙ୍କା କରି ଯୋଡା ପୋଲିସ୍ ଫୋର୍ସ ସହ ପେଟ୍ରୋଲିଂ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ