ଯୋଡା ଆଜାଦ୍ ବସ୍ତିରେ ସପ୍ତମ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା
ଯୋଡ଼ା ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ସହରରେ ଥିବା ଆଜାଦ୍ ବସ୍ତିଠାରେ ଆଜାଦ୍ ବସ୍ତି ୟୁଥ୍ କ୍ଲବ ଓ ବସ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଆୟୋଜିତ ସପ୍ତମ ବାର୍ଷିକ କ୍ରୀଡା ଓ ନାଚ ପ୍ରତିଯୋଗିତା ସମାରୋହ ମଙ୍ଗଳବାର ଉଦଯାପନ ହୋଇଯାଇଛି । ଏହି ଅବସରରେ ଯୋଡାର ବରିଷ୍ଠ ନାଗରିକ ନୀଳମଣୀ ମହାନ୍ତି, ଯୋଡା ବିକାଶ ପରିଷଦର ସଂପାଦକ ସୁଶାନ୍ତ କୁମାର ବାରିକ, ଖବରଦାତା ମାନସ ରଂଜନ ମହାନ୍ତି, ମହିଳା ସାମାଜିକ କର୍ମୀ ଶ୍ରୀମତୀ ଜେନା, ଆଜାଦବସ୍ତିର ସମାଜସେବୀ କ୍ଷୀରୋଦ ଗୋପ୍ ଙ୍କ ସମେତ ଟାଟା ଷ୍ଟିଲ ଗ୍ରାମୀଣ ଉନ୍ନୟନ ସଂସ୍ଥାର ଅଧିକାରୀ ତନ୍ମୟ କର ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ୱାରା ବିଭିନ୍ନ କ୍ରୀଡାରେ ଅଂଶଗ୍ରହଣ କରି ବିଜୟୀ ହୋଇଥିବା ବହୁ ମହିଳା କ୍ରୀଡା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଯୋଡାର ସହର ତଥା ଆଖପାଖ ଅଂଚଳରେ ଥିବା ବିଭିନ୍ନ ଡ୍ୟାନ୍ସ ଗ୍ରୁପ୍ ପକ୍ଷରୁ ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା । ଯାହାକୁ ଦେଖି ହଜାର ହଜାର ଦର୍ଶକ ବିମୋହିତ ହୋଇଯାଇଥିଲେ । କନ୍ୟାଭୃଣ ହତ୍ୟା, ମା ର ସ୍ନେହକୁ ନେଇ ନୃତ୍ୟ ଜରିଆରେ ଅତି ସୁନ୍ଦର ବାର୍ତା ସାଧାରଣରେ ଦିଆଯାଇଥିଲା । ଏତଦବ୍ୟତିତ କୁନି କୁନି ପିଲାମାନଙ୍କର ନୃତ୍ୟ ଦର୍ଶକମାନଙ୍କ ମନ ମୋହିଥିଲା । ଏହି କାର୍ଯ୍ୟକ୍ରମକୁ ସାକାଲ କାରୁଆ, ଲିପୁ ଗୋପ୍, ଜୟରାମ୍ ଗୋପ୍ , ଶିବା କାରୁଆ, ମିଥୁନ୍ ପ୍ରମୁଖ କ୍ଲବ ସଦସ୍ୟମାନେ ସୂଚାରୁ ରୂପେ ପରିଚାଳନା କରିଥିଲେ ।


