ଯୋଡା ଟାଟା ଷ୍ଟିଲ ପକ୍ଷରୁ ମଧୁମେହ ରୋଗ ଉପରେ ସଚେତନତା
ଯୋଡ଼ା (ଯୁଗାଦ୍ଦନ୍ୟୁଜ) “ବିଶ୍ୱ ମଧୁମେହ ଦିବସ’ ଉପଲକ୍ଷେ ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲ ପକ୍ଷରୁ ଗୁରୁବାର ମଧୁମେହ ରୋଗ ସମ୍ପର୍କରେ ଯୋଡା ସହରର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଦେଶ ଓ ବିଶ୍ୱ ମଧ୍ୟରେ ମଧୁମେହ ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ରୋଗର ନିବାରଣ ପାଇଁ ଏହାର କାରଣ ଓ ଲକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ଉପଲକ୍ଷେ ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲ ସମ୍ମୁଖରେ ପ୍ରଥମ ସଚେତନତା ଅଧିବେସନର ଆୟୋଜନ କରାଯାଇଥିଲା । ଏଠାରେ ଡାକ୍ତରମାନେ ଉପସ୍ଥିତ ଲୋକମାନଙ୍କୁ ମଧୁମେହ ରୋଗର ବିଭିନ୍ନ ଦୃଷ୍ଟିକୋଣ ସହିତ ବିଭିନ୍ନ ପ୍ରକାର ମଧୁମେହ, ଏହାର ଲକ୍ଷଣ, ମଧୁମେହ ରୋଗ ନିବାରଣର ମାଧ୍ୟମ ଓ ପରିଚାଳନା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଉକ୍ତ ଅଧିବେସନରେ ଡାକ୍ତରମାନେ ଉପସ୍ଥିତ ଲୋକମାନଙ୍କୁ ମଧୁମେହ ରୋଗର ନିବାରଣ ଓ ପରିଚାଳନାରେ ଯୋଗାଦାନ ସ୍ୱରୁପ ନିଜ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କୁ ଉକ୍ତ ରୋଗ ସମ୍ପର୍କରେ ସଚେତନ କରିବାକୁ ପରାମର୍ଶ ଦେଇଥିଲେ । ମଧୁମେହ ରୋଗର ନିବାରଣ ଓ ପରିଚାଳାନା ଦିଗରେ ଲୋକମାନେ ନିଜ ସମୟରୁ ୩୦ ମିନିଟ୍ ବ୍ୟାୟାମରେ ଦେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲରେ ସଚେତନତା କାର୍ଯ୍ୟକ୍ରମ ପରେ ଡାକ୍ତରମାନେ ଯୋଡ଼ା ପୂର୍ବ ଲୌହ ଖଣି, ବିଚାକୁଣ୍ଡି ମାଙ୍ଗାନିଜ ଖଣି, ଖଣ୍ଡବନ୍ଧ ଲୌହ ପଥର ଖଣି ଓ ଫେରୋ ଆଲୟେଜ୍ କାରଖାନାରେ ଟାଟା ଷ୍ଟିଲ କର୍ମଚାରୀ ଓ ଠିକା କର୍ମଚାରୀଙ୍କୁ ନେଇ ସମାନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।