ଯୋଡା ପୌରପାଳିକାରେ ସ୍ୱୟଂ ସହାୟକ ଗୋÂୀ କର୍ମଶାଳା

ଯୋଡ଼ା,(ଯୁଗାବ୍ଦ ନୁ୍ୟଜ୍) : କେନ୍ଦୁଝର ଜିଲା ଯୋଡା ପୌରପାଳିକା ପକ୍ଷରୁ ବୁଧବାର ଦିନ ପୂର୍ବାହ୍ନ ୧୧ ଘଟିକାରେ ସ୍ୱୟଂ ସହାୟକ ଗୋÂୀର ମହିଳା ମାନଙ୍କୁ ନେଇ ଏକ କର୍ମଶାଳା ବୈଠକ ପୌରପାଳିକାର ସଭାଗୃହଠାରେ ଅନୁÂିତ ହୋଇଯାଇଛି । ଏହି କର୍ମଶାଳା ବୈଠକରେ ଯୋଡା ପୌରପାଳିକା କାର୍ଯ୍ୟନିିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ଯୋଡା ପୌରପାଳିକା ପରିମଳ ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର, ପୌରପାଳିକା ଅଧିକାରୀ ତ୍ରୀବେଣୀ ସାହୁ, ସୁପ୍ରଭା ପାଣିଗ୍ରାହୀ ଓ ଯୋଡା ପୌରପାଳିକାର ବିଭିନ୍ନ ସ୍ୱୟଂ ସହାୟକ ଗୋÂୀର ମହିଳାମାନେ ଉପସ୍ଥିତ ଥିଲେ । ପୌରପାଳିକାର ବିଭିନ୍ନ ସ୍ଥାନରେ ଥିବା ସମୂହ ଶୌଚାଳୟ ଗୁଡିକର ସଠିକ ରକ୍ଷଣାବେକ୍ଷଣ ଅଭାବରୁ ଏହି ଶୌଚାଳୟ ଗୁଡିକ ବ୍ୟବହାର ଯୋଗ୍ୟ ହୋଇପାରୁନାହିଁ । ଏଣୁ ଏହାକୁ ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ କରାଇବା ସହିତ ସ୍ୱୟଂ ସହାୟକ ଗୋÂୀ ମାନେ ନିଜେ କିଭଳି ଏହାର ରକ୍ଷାଣବେକ୍ଷଣ କରିବେ ଏହାର ପ୍ରଶିକ୍ଷଣ ଦିଆଯାଇଥିଲା । ଯୋଡା ସହରର ପ୍ରତି ଓାର୍ଡରେ ଥିବା ମହିଳା ସ୍ୱୟଂ ସହାୟକ ଗୋÂୀ ମାନେ ପ୍ରତି ଘରକୁ ଯାଇ ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁକୁ କିପରି ଅଲଗା କରି ପୌରପାଳିକା ଡଷ୍ଟବିନ୍ ଗାଡିରେ ଦେବେ ସେନେଇ ଲୋକଙ୍କୁ ସଚେତନ କରାଇବେ ଉପରେ ଆଲୋଚନା କରାଯାଇଥିଲା । ମାଇକ୍ରୋ କମ୍ପୋଷ୍ଟିଂ କାରଖାନା ହେବା ପରେ ସ୍ୱୟଂ ସହାୟକ ଗୋÂୀ ସେଥିରୁ ଆର୍ଥିକ ଲାଭ ପାଇପାରିବେ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ କହିଥିଲେ । ଏଥିରେ ୨ଶହରୁ ଅଧିକ ସ୍ୱୟଂ ସହାୟକ ଗୋÂୀର ମହିଳା ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ