ଯୋଡା ପୌରପାଳିକା ପକ୍ଷରୁ ଭତା ବଂଟନ
ଯୋଡ଼ା (ଯୁଗାଦ୍ଦ) କେନ୍ଦୁଝର ଜିଲା ଯୋଡା ପୌରପାଳିକା କାର୍ଯ୍ୟାଳୟଠାରେ ଗୁରୁବାର ପୂର୍ବାହ୍ନରେ ପୌରପାଳିକା ପକ୍ଷରୁ ଏକ ଭତା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ଓ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ରହି ୨୩୪ ଜଣ ହିତାଧିକାରୀଙ୍କୁ ଭତା ପ୍ରଦାନ କରିଥିଲେ । ଏଥି ମଧ୍ୟରୁ ୧୩୦ ଜଣଙ୍କୁ ବାର୍ଦ୍ଧକ୍ୟ ଭତା , ୭୪ ଜଣଙ୍କୁ ବିଧବା ଭତା, ୧୦ ଜଣଙ୍କୁ ବିକଳାଙ୍ଗ ଭତା ଓ ୨୦ ଜଣ ଅବିବାହିତ ମହିଳାଙ୍କୁ ଭତା ପ୍ରଦାନ କରାଯାଇଥିଲା । ଯୋଡା ପୌରପାଳିକା ପକ୍ଷରୁ ଏହା ପୂର୍ବରୁ ବିଭିନ୍ନ ଓାର୍ଡରେ ଥିବା ପ୍ରାୟ ୨୧୦୮ ଜଣ ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯାଇଥିବା ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ସରକାରଙ୍କ ପ୍ରତ୍ୟେକ ଯୋଜନାରେ ସାମିଲ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ ଏବଂ ଜଣେ ବି ପ୍ରକୃତ ହିତାଧିକାରୀ ଏଥିରୁ ବଂଚିତ ହେବେ ନାହିଁ ବୋଲି ସେ ଉପସ୍ଥିତ ଲୋକ ମାନଙ୍କୁ କହିଥିଲେ ।