ଯୋଡା ବନାଚଂଳରେ ହାତୀ, ଚାଷୀ ଆତଙ୍କିତ ,ରେଳ ବିଭାଗକୁ ସତର୍କ କରାଇଲା ବନ ବିଭାଗ

ଯୋଡ଼ା,(ଯୁଗାବ୍ଦ ନୁ୍ୟଜ୍) : କେନ୍ଦୁଝର ଜିଲା ଡିଏଫଓଙ୍କ ଅଧିନରେ ଥିବା ଯୋଡା ଫରେଷ୍ଟ ଡିଭିଜନ୍ ବନ୍ଧୁଆବେଡା ଠାରେ ୩ଟି ହାତୀ ଚାଲିଆସିବାରୁ ବନ ବିଭାଗ ପକ୍ଷରୁ ତାଙ୍କ ସୁରକ୍ଷା ପାଇଁ ରେଳ ବିଭାଗକୁ ସତର୍କତା କରାଯାଇଛି । ବାଲିବନ୍ଧ ରେଂଜ୍ ରୁ ଏହି ୩ଟି ହାତୀ ବନ୍ଧୁଆବେଡା ଗ୍ରାମ୍ୟ ଜଙ୍ଗଲକୁ ଗତ ୧ ସପ୍ତାହ ହେଲା ଚାଲି ଆସିଛନ୍ତି । ଦିନବେଳା ଉକ୍ତ ୩ଟି ହାତୀ ନିକଟସ୍ଥ ଗ୍ରାମ ଆଡକୁ ଚାଲି ଆସୁଥିବାରୁ ସ୍ଥାନୀୟ ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି । ଏହା ସହିତ ସ୍ଥାନୀୟ ଲୋକମାନେ ମଧ୍ୟ ହାତୀ ଉପଦ୍ରବ ଭୟରେ ଆତଙ୍କିତ ହୋଇପଡିଛନ୍ତି । ଏମାନଙ୍କୁ ଘଉଡାଇବା ପାଇଁ ଚମ୍ପୁଆ ରେଂଜ୍ ଅଫିସ ରୁ ୧୦ ଜଣ ହାତୀସ୍କ୍ୱାର୍ଡଙ୍କୁ ଯୋଡା ବନାଚଂଳକୁ ପଠାଯାଇଛି । ତେଣେ ହାତୀଙ୍କ ସୁରକ୍ଷା ପାଇଁ ନୟାଗଡ ରେଳ ଷ୍ଟେସନ , ଜୁରୁଡି ରେଳ ଷ୍ଟେସନ ମ୍ୟାନେଜର ମାନଙ୍କୁ ସତର୍କ କରାଯାଇଥିବା ଯୋଡା ବନପାଳ ପିଅନ ନାଏକ ସୂଚନା ଦେଇଛନ୍ତି । ହାତୀମାନଙ୍କର ଗତିବିଧି ନୟାଗଡରୁ ଜୁରୁଡି ମଧ୍ୟରେ ଥିବା ରେଳ ଧାରଣାର ଦୁଇ ପାଶ୍ୱର୍ର ଜଙ୍ଗଲରେ ଥିବାରୁ ରେଳ ଗାଡିର ଗତିକୁ କମ୍ କରିବା ପାଇଁ ବନ ବିଭାଗ ପକ୍ଷରୁ କୁହାଯାଇଛି । ହାତୀପଲ ଗ୍ରାମାଭିମୁଖୀ ହେବାରୁ ବନ୍ଧୁଆବେଡାରୁ ବାମେବାରୀ ପର୍ଯ୍ୟନ୍ତ ହେଉଥିବା ମକା, ଧାନ, ବିରି ଓ ପନିପରିବା ଚାଷ କରୁଥିବା ଚାଷୀମାନେ ରାତି ଉଜାଗର ରହି ମଂଚା ବାନ୍ଧି, ନିଆଁ ଜାଳି ଜଗି ରହୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ