ଯୋଡା ବିକାଶ ପରିଷଦ ପକ୍ଷରୁ ମାସ୍କ ବନ୍‌ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମ

ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ସହରରେ ଯୋଡା ବିକାଶ ପରିଷଦ ପକ୍ଷରୁ ରବିବାର ପୂର୍ବାହ୍ନରେ ମାସ୍କ ବନ୍‌ଟନ କାର୍ଯ୍ୟକ୍ରମ ଓ ସହରରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ପରିଷଦର ସଭାପତି ନିରଂଜନ ବହିଦାର ସମ୍ପାଦକ ସୁଶାନ୍ତ ବାରିକଙ୍କ ସମେତ ଭଗବାନ ଗିରି, ମୁକେଶ ସିଂଘାଣିଆ, ଅମର କେଜ୍ରିୱାଲ, ମନୋଜ ସିଂ ରାଣା, ସମ୍ଭୁ ଶାହା, ଏମ୍‌ଡି ଭଲା, ଏମ୍‌ଡି ଅବଦୁଲ, ସାକାଲ କାରୁଆ, ବରିଷ୍ଠ ନାଗରିକ ପୁରୁଷୋତମ ଦାସ, ରାମକୃଷ୍ଣ ଅଗ୍ରୱାଲ, ପବିତ୍ର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ବସ୍ ଯାତ୍ରୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଜନସାଧାରଣଙ୍କୁ ପ୍ରାୟ ଏକ ହଜାରରୁ ଅଧିକ ମାସ୍କ ପ୍ରଦାନ କରାଯାଇଥିଲା । ଏତଦ୍‌ବ୍ୟତୀତ ମାରାତ୍ମକ ରୋଗ କରୋନାରୁ କିପରି ରକ୍ଷା ପାଇପାରିବେ ଏଥି ପ୍ରତି ଜନଜାଗରଣ ସୃଷ୍ଟି କରାଯାଇଥିଲା । ସମ୍ପାଦକ ସୁଶାନ୍ତ ବାରିକ କହିଥିଲେ ଯେ, ନିଜେ ସୁସ୍ଥ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ସୁସ୍ଥ ରଖନ୍ତୁ । କରୋନା ରୋଗୀଙ୍କୁ ଘୃଣା କରୁନ୍ତୁ ନାହିଁ । ବିକାଶ ପରିଷଦ ପକ୍ଷରୁ ଚଳିତ ଶୀତ ଋତୁରେ କମ୍ବଳ ବନ୍‌ଟନ କାର୍ଯ୍ୟକ୍ରମ କରାଯିବ ବୋଲି ବାରିକ ସୂଚନା ଦେଇଥିଲେ । ଯୋଡା ସହରର ବସ୍ତି, ହଟିଂ ରୁ ଆରମ୍ଭକରି ବନେଇକଳା, କଳାପାହାଡ ଛକ ପର୍ଯ୍ୟନ୍ତ ଏହି ମାସ୍କ ବନ୍‌ଟନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ