ଯୋଡା ମହିଳା ମହାବିଦ୍ୟାଳୟର ରକ୍ତ ଦାନ ଶିବିରରୁ ୩୩ ୟୁନିଟ୍ ରକ୍ତ ସଂଗୃହୀତ
ଯୋଡା, (ସମୀର କୁମାର ଦାସ):ଯୋଡା ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ଆୟୋଜିତ ରକ୍ତ ଦାନ ଶିବିରରୁ ୩୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷା ଶ୍ରୀମତୀ ଜୟଶ୍ରୀ ମହାନ୍ତି ଉଦଘାଟନ କରିବା ସହିତ ଏହି ରକ୍ତଦାନ ଶିବିରକୁ ତଦାରଖ କରିଥିଲେ । ଯୋଡାର ଉପ-ନଗରପାଳ ଶ୍ରୀମତୀ ସଂନ୍ଧ୍ଯାରାଣୀ ପାତ୍ର ଏହି ଶିବିରକୁ ପରିଦର୍ଶନ କରିବା ସହିତ କଲେଜରେ ଛାତ୍ରୀମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ। କଲେଜ ର +୨ ଓ +୩ ଶ୍ରେଣୀର ଏନ୍ ଏସ୍ ଏସ୍ ସ୍ବେଚ୍ଛାସେବୀ , ଯୂବ ରେଡକ୍ରସ ଓ ରେଡ୍ ରିବନ୍ କ୍ଲବ୍ ର ସ୍ବେଚ୍ଛାସେବୀ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ +୨ ଓ +୩ ଶ୍ରେଣୀର ଦୁଇ ସେବା ଯୋଜନା ଅଧିକାରିଣୀ ଅଧ୍ୟାପିକା ଶୁଚିସ୍ମିତା ସିଂ ଓ ଅଧ୍ୟାପିକା ସୁମନପ୍ରଭା ତିର୍କୀ ଏବଂ +୨ ଓ +୩ ଶ୍ରେଣୀର ଯୁବ ରେଡ କ୍ରସ ଓ ରେଡ୍ ରିବନ କ୍ଲବ୍ ଦାୟିତ୍ବରେ ଥିବା ଅଧ୍ୟାପିକା ଐଶ୍ୱର୍ଯ୍ୟାମୟୀ ପାତ୍ର ଓ ଅଧ୍ୟାପକ ପବିତ୍ର ମୋହନ କର । କେନ୍ଦୁଝର ବ୍ଲଡ ବ୍ୟାଙ୍କ ତରଫରୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଚନ୍ଦନ କୁମାର ବାରିକ, କେନ୍ଦୁଝର ବ୍ଲଡ ବ୍ୟାଙ୍କର ନର୍ସିଂ ଅଫିସର ମୀନତି ପଣ୍ଡା, ଲ୍ୟାବ୍ ଟେକନିସିଆନ କାନନ ପାତ୍ର, ବିଭୁ ପ୍ରସାଦ ନାଏକ ଓ ଲ୍ୟାବ୍ ଆଟେଣ୍ଡାଣ୍ଟ ସଙ୍କର୍ଷଣ ନାଏକ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅକ୍ଟୋବର 3 ତାରିଖରେ କଲେଜର ଛାତ୍ରୀମାନଙ୍କ ଦ୍ବାରା ଏକ ବିଶାଳ ରକ୍ତଦାନ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଆକୁଣ୍ଠ ସହଯୋଗ କରିଥିଲେ ।


