ଯୋଡା ମହୋତ୍ସବ ଉଦଘାଟିତ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ସହରରେ ଦ୍ୱିତୀୟ ଯୋଡା ମହୋତ୍ସବ ଶନିବାର ଉଦଘାଟିତ ହୋଇଯାଇଛି । ଶନିବାର ପ୍ରତିକୂଳ ପାଣିପାଗ ସତ୍ୱେ୍ ହଜାର ହଜାର ଦର୍ଶକ ଯୋଡା ମହୋତ୍ସବରେ ଉପସ୍ଥିତ ଥିଲେ । ମହୋତ୍ସବର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି, ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତୀମୟ, ବଡବିଲ୍ ଏସଡିପିଓ ସତ୍ୟବିକାଶ ଭୂୟାଁ, ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ପ୍ରମୁଖ ଯୋଗ ଦେଇଥିଲେ । ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ଭାବେ ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକ ମଂଚ ପରିଚାଳନା କରିଥିବା ବେଳେ ଯୋଡା ମହୋତ୍ସବ କମିଟିର ସଂଯୋଜକ ସୁଶାନ୍ତ କୁମାର ବାରିକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମହୋତ୍ସବ ସଭା ପାଳନ ପୂର୍ବରୁ ବିରାଟ ପଟୁଆରରେ ବାଜା ବାଣ ବଜାଇ ମହା ଆଡମ୍ବରରେ ମହିଳା ଓ ପୁରୁଷମାନେ ସହର ପରିକ୍ରମା କରିଥିଲେ । ତିନି ଦିନ ଧରି ଯୋଡା ମହୋତ୍ସବ ପାଳନ କରାଯିବ । ପାଗ କୋହଲା ସତ୍ୱେ୍ ମଧ୍ୟ ହଜାର ହଜାର ଦର୍ଶକ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ପ୍ରାୟ ୫୦ ରୁ ଅଧିକ ଷ୍ଟଲ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି । ଏଥିରେ ସୁସ୍ୱାଦୟ ବ୍ୟଂଜନ ବିମହିଳା ସ୍ୱୟଂ ସହାକ ଗୋଷ୍ଠୀମାନେ ବିକ୍ରୟ କରୁଛନ୍ତି ।


