ଯୋଡା ମହୋତ୍ସବ ଚୁଡାନ୍ତ ପ୍ରସ୍ତୁତି ବୈଠକ

ଯୋଡ଼ା,(ଯୁଗାବ୍ଦ ନୁ ୍ୟଜ୍‌): କେନ୍ଦୁଝର ଜିଲା ଯୋଡାଠାରେ ଆସନ୍ତା ଫେବୃଆରୀ ମାସ ୮, ୯, ୧୦ ତାରିଖରେ ହେବାକୁ ଥିବା ଯୋଡା ମହୋତ୍ସବର ରୂପରେଖ ଓ କାର୍ଯ୍ୟ ବୁଧବାର ଯୋଡା ପୌରପାଳିକାର ବୈଠକ ଗୃହରେ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୁଧବାର ବୈଠକରେ ବଡବିଲ ଏସଡିପିଓ ସତ୍ୟ ବିକାଶ ଭୂୟାଁ, ଯୋଡା ସରକାରୀ ଖଣି ଉପନିର୍ଦ୍ଦେଶକ ଏଲ.ଡି ନାଏକ, ଯୋଡା ପୌରପଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟ ଯୋଶୀ ଏବଂ ଯୋଡା ଥାନାଅଧିକାରୀ ରାଇସେନ୍ ମୁର୍ମୁ ପ୍ରମୁଖଙ୍କ ସମେତ ବହୁ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଏହି ବୈଠକରେ ଉପସ୍ଥିତ ଥିଲେ । ଯୋଡା ମହୋତ୍ସବକୁ କିପରି ସୁରୁଖୁରୁରେ କରାଯିବ ଏନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ମୁଖ୍ୟ ସମସ୍ୟା ଭାବେ ଥିବା ଟ୍ରାଫିକ୍ ବ୍ୟବସ୍ଥାକୁ କିପରି କଡାକଡି କରାଯାଇ ନିୟନ୍ତ୍ରଣ କରାଯିବ ଏନେଇ ଆଲୋଚନା ହେବା ସହିତ ମହୋତ୍ସବରେ ଶତାଧିକ ଷ୍ଟଲ ଗୁଡିକୁ ଆବନ୍ଟନ ସମ୍ପର୍କରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ମହୋତ୍ସବରେ ମୁଖ୍ୟ ଆକର୍ଷଣ ଭାବେ ବଡିବିଲ୍ଡିଂ ପ୍ରତିଯୋଗିତା, ସଂଗୀତ ପ୍ରତିଯୋଗିତା, ସୁନ୍ଦରୀ ପ୍ରତିଯୋଗିତା, ଡଗ୍ ସୋ, ଫ୍ଲାଓାର ସୋ, ମ୍ୟୁଜିକ୍ ଚେୟାର, ଦୌଡି ଟଣା ପ୍ରତିଯୋଗିତା, ଜଲେବି ଡିଆଁ ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା ପ୍ରଭୃତି ରହିଛି । ଏତଦ ବ୍ୟତିତ ୩ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ମହୋତ୍ସବ କମିଟି ସଂପାଦକ ସୁଶାନ୍ତ ବାରିକ୍ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ