ଯୋଡା ରୋଟାରୀ କ୍ଲବର ୧୯ତମ ଅଧିଷ୍ଠାନ ଦିବସ ପାଳିତ
ଯୋଡା, (ସମୀର କୁମାର ଦାସ):ରବିବାର ସନ୍ଧ୍ୟାରେ ଯୋଡା ରୋଟାରୀ କ୍ଲବ ପକ୍ଷରୁ ୧୯ତମ ଅଧିଷ୍ଠାନ ଦିବସ ସ୍ଥାନୀୟ ଟାଟା ଷ୍ଟିଲ ଭ୍ୟାଲି କ୍ଲବ ଠାରେ ମହା ଆଡମ୍ବର ସହାକାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରୋଟାରିଆନ ଯାଜ୍ଞଶିଷ୍ ମହାପାତ୍ର (ଡିଜିଏମ୍) ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ରୋଟାରୀଆନ ମନୋଜ ତ୍ରିପାଠୀ (ଡି.ଏସ୍.ଜି), ଆଶିଷ୍ଟାଣ୍ଟ ଗଭର୍ନର ରୋଟାରୀଆନ ଇଂ. ବସନ୍ତ କୁମାର ଦାନୀ ଯୋଗଦେଇଥିଲେ । ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ରୋଟାରୀ ଇଣ୍ଟରନ୍ୟାସନାଲ ବିଶ୍ୱର ସର୍ବବୃହତ ସାମାଜିକ ସଂଗଠନ ଭାବେ ଆଜି ଗୌରବ ଅର୍ଜନ କରିପାରିଛି । ୨ ଶହରୁ ଉର୍ଦ୍ଧ୍ୱ ଦେଶ, ୩୪ ହଜାର ୨୮୨ କ୍ଲବ ଏବଂ ୧.୨ ନିୟୁତ ସଦସ୍ୟକୁ ନେଇ ରୋଟାରୀ ସମଗ୍ର ବିଶ୍ୱ ବାସୀଙ୍କ ସାମାଜିକ କ୍ଷେତ୍ରରେ ଆସ୍ଥାଭାଜନ ହୋଇପାରିଛି । ଅନ୍ୟକୁ ସାହାଯ୍ୟ କରିବା ପ୍ରତ୍ୟେକ ସଚେତନ ବ୍ୟକ୍ତିର କର୍ତ୍ତବ୍ୟ । ରୋଟାରୀ କ୍ଲବ ସେମାନଙ୍କ ପାଇଁ ଏକ ଉପଯୁକ୍ତ ମାଧ୍ୟମ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ ଯୋଡା ରୋଟାରୀ କ୍ଲବର ସଦସ୍ୟ ରୋଟାରୀଆନ ସିଦ୍ଧାର୍ଥ ସାରଥି କର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଯୋଡା ରୋଟାରୀ କ୍ଲବର ସମ୍ପାଦକ ରୋଟାରୀଆନ ଜିତେନ୍ଦ୍ର ବୈଦ୍ୟ ୨୦୨୧-୨୨ ଆର୍ôଥକ ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ । ସଭାପତି ରୋଟାରୀଆନ ରାଜେଶ କୁମାର ନିଜର ବକ୍ତବ୍ୟରେ କହିଥିଲେ ଯେ, ରୋଟାରୀ କ୍ଲବ ଏକ ବିଶ୍ୱସ୍ଥରୀୟ ସ୍ୱେ୍ଚ୍ଛାସେବୀ ଅନୁଷ୍ଠାନ । ଯେଉଁମାନେ ବ୍ୟସ୍ତବହୁଳ ଜୀବନର କିଛି ବଳକା ସମୟ ମାନବ ସମାଜର କଲ୍ୟାଣରେ ବିନିଯୋଗ କରିବାକୁ ଆଗ୍ରହୀ ସେମାନଙ୍କ ପାଇଁ ରୋଟାରୀ କ୍ଲବ ଏକ ବିଶାଳ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିଥାଏ । ଏହା ସାମାଜିକ ଦାୟିତ୍ୱ ଲିଭାଇବା ସହିତ ନିଜକୁ ଆତ୍ମସନ୍ତୋଷ ପ୍ରଦାନ କରିଥାଏ । ୨୦୨୨-୨୩ର ନୂତନ ସଭାପତି ଭାବେ ରୋଟାରିଆନ ରାକେଶ ସିଙ୍ଗାନିଆଙ୍କୁ କଲାର ବଦଳ କରି ରୋଟାରିଆନ ରାଜେଶ କୁମାର ଦାୟିତ୍ୱ ହସ୍ତାନ୍ତର କରିଥିଲେ । ସେହିପରି ସମ୍ପାଦକ ରୋଟାରିଆନ ଜିତେନ୍ଦ୍ର ବୈଦ୍ୟ ରୋଟାରିଆନ ଦୀପକ ବିହାରୀ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଯୋଡା ରୋଟାରୀ କ୍ଲବ ଚଳିତ ଆର୍ôଥକ ବର୍ଷରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର, ସ୍କୁଲ ସ୍ଥରିୟ ତର୍କ, ଚିତ୍ରାଙ୍କନ, କବିତା, ପ୍ରବନ୍ଧ ପ୍ରତିଯୋଗୀତା, ବୃକ୍ଷ ରୋପଣ, ପଲିଥିନ ବର୍ଜନ, ଡେଙ୍ଗୁ, ମ୍ୟାଲେରିଆ ପ୍ରଭୁତି ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାକୁ ନୂତନ କର୍ମକର୍ତ୍ତମାନେ ପ୍ରତିଶ୍ରୁତି ଦେଇଥିଲେ । ଏହି ଅଧିଷ୍ଠାନ ଉତ୍ସବରେ ଜଏଣ୍ଟ ଚେୟାର ସରୋଜ ସାହୁ, ଭୁବନେଶ୍ୱର ରୋଟାରୀ କ୍ଲବରୁ ରୋଟାରୀଆନ ମୃଣାଣ ନାୟକ, ବରଦା ଆଚାର୍ଯ୍ୟ, ଜଗଦାନନ୍ଦ, ଢେଙ୍କାନାଳ ରୋଟାରୀ କ୍ଲବରୁ ରୋଟାରୀଆନ ଗୀରିଜା ଶଙ୍କର ପାଣି, କଳିଙ୍ଗନଗର ରୋଟାରୀ କ୍ଲବରୁ ରୋଟାରାଆନ ସୁଦିପ କୁମାର, ବଡବିଲ ଓ ଯୋଡା ରୋଟାରୀ କ୍ଲବର ସମସ୍ତ ସଦସ୍ୟମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଡା ରୋଟାରୀ କ୍ଲବର ୪ଜଣ ବରିଷ୍ଠ ରୋଟାରୀଆନ ତାରିଣୀ ପ୍ରସାଦ ମହାନ୍ତି, ବି.ଡି. ସାହୁ, ସରତ ନାୟକ ଓ ମାଧବ ମିଶ୍ରଙ୍କୁ ରୋଟାରୀ ଗଭର୍ନରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୂତନ ଭାବେ ୬ଜଣ ସଦସ୍ୟଙ୍କୁ ଯୋଡା କ୍ଲବ ସଦସ୍ୟ ଭାବେ ଗ୍ରହଣ କରିଥିଲା । ଯୋଡା କ୍ଲବର ରୋଟାରୀଆନ ସାଇ ଶିବା ସେମାନଙ୍କୁ ଲାପଲ ପିନ୍ ପ୍ରଦାନ କରି ସେମାନଙ୍କର ସଦସ୍ୟତାକୁ ଗ୍ରହଣ କରିଥିଲେ । ଶେଷରେ ରୋଟାରୀଆନ ମାଧବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


