ଯୋଡା ଶାସ୍ତ୍ରୀନଗର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ଯୋଡା, (ସମୀର କୁମାର ଦାସ):ଯୋଡା ସହରର ଶାସ୍ତ୍ରୀନଗରଠାରେ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି । ଏହି ଉଦ୍ଯାପନି ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ବିଜେଡି ଦଳର କେନ୍ଦୁଝର ଜିଲା ସଭାପତି ମାଧବ ସର୍ଦ୍ଦାର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଯୋଡା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡି ଦଳର ଜିଲା ଉପସଭାପତି ରବିନ୍ଦ୍ର କୁମାର ଦାସ, ବିଜେଡି ଦଳର ଜିଲା ଯୁବ ଉପସଭାପତି ସଂଜୀବ କୁମାର ପଲେଇ, ଯୋଡା ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀ ଉପସ୍ଥିତ ଥିଲେ । ଶାସ୍ତ୍ରୀନଗରର ବିଜୁ ପଟ୍ଟନାୟକ ଷ୍ଟାଡିୟମ ଶାସ୍ତ୍ରୀନଗର ୟୁଥ୍ କ୍ଲବ୍ ପକ୍ଷରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଆୟୋଜିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଶାସ୍ତ୍ରୀନଗର ଦଳ ସହିତ ବନେଇକଳା ଦଳ ମଧ୍ୟରେ ହୋଇଥିଲା । ଏଥିରେ ଶାସ୍ତ୍ରୀନଗର ଦଳ ୧୩୧ ରନ୍ କରି ବିଜୟ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ମ୍ୟାନ ଅଫ୍ ଦି ସିରିଜ୍ ଭାବେ ବନେଇକଳା ଦଳର ସୁଦିପ ମିଶ୍ର, ଫାଇନାଲ ମ୍ୟାଚର ମ୍ୟାନ ଅଫ୍ ଦି ମ୍ୟାଚ୍ ବିରବଲ ଯାଦବକୁ ପୁରସ୍କୃତ ଦିଆଯାଇଥିଲା ।