ଯୋଶଦା ଫାଉଣ୍ଡେସନ୍ ପକ୍ଷରୁ ରକ୍ତଦାନ ଶିବିର

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଛତ୍ରପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯୋଶଦା ଫାଉଣ୍ଡେସନ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୋଶଦା ଫାଉଣ୍ଡେସନ୍ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରହିତ୍ୟରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ଶିବିରରେ ମୋଟ ୩୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଏହି ଶିବିରକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିବା ସହ ରକ୍ତଦାତା ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଶିକ୍ଷାବିତ୍ ତଥା କବି ଡି.ପ୍ରକାଶ ରାଓ, କୃପାସିନ୍ଧୁ ପଣ୍ଡା, ଜାତୀୟ ମତ୍ସ୍ୟଜୀବୀ ନେତା କେ.ଏଲେୟା, ଏ.କାଳିଆ, ପି.ରାମବାବୁ, କେ.ଦାଶରଥୀ, ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ସମ୍ପାଦକ ସନ୍ତୋଷ କୁମାର ସାହୁ, ଋଷିକୁଲ୍ୟା ରୟତ ମହାସଭାର ସଂପାଦକ ସିମାଞ୍ଚଳ ନାହାକ, ବିଜେଡି ଯୁବନେତା ଅଟଳ ବିହାରୀ ପଟ୍ଟନାୟକ, କ୍ରାନ୍ତି ଯୁବଛାତ୍ର ସଂଗଠନର ସଭାପତି ଇଜୁ ଆମିନ୍ ଖାନ୍‌, ଚିନ୍ମୟ କୁମାର ପଣ୍ଡା, ଏନ୍‌.ଦୀନବନ୍ଧୁ, ଗୌରହରୀ ପଣ୍ଡା, ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରା, ବରଙ୍ଗ ଗ୍ରାମର ଯୁବନେତା ସପନ ନାହାକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ସଂପୂର୍ଣ୍ଣ ମାତ୍ରାରେ ଯୋଶଦା ଫାଉଣ୍ଡେସନ୍‌ର ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳି ସାହୁ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ରକ୍ତଭଣ୍ଡାରର ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଏହି ଅବସରରେ ମତ୍ସ୍ୟଜୀବୀ ଦମ୍ପତି ସାନଆର୍ଯ୍ୟପଲ୍ଲୀ ଗ୍ରାମର ଏନ୍‌.ଦୀନବନ୍ଧୁ ଓ ତାଙ୍କରି ଧର୍ମପତ୍ନୀ ଏନ୍‌.ଗାୟତ୍ରୀ ଏବଂ ଛତ୍ରପୁର ସମର୍ଥ ଅନୁଷ୍ଠାନର ଶଙ୍କର ମହାନ୍ତି ନାମକ ଜଣେ ଦିବ୍ୟାଙ୍ଗ ଶିକ୍ଷକ ଆଜି ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ