ଯୋଶଦା ଫାଉଣ୍ଡେସନ ପକ୍ଷରୁ ଏସଏଚଜି ମା’ମାନଙ୍କୁ ଚାରା ବଣ୍ଟନ
ଛତ୍ରପୁର, (ଦେବଦତ୍ତ ମହାରଣା) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯୋଶଦା ଫାଉଣ୍ଡେସନ ପକ୍ଷରୁୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମରେ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରହିତ୍ୟରେ ଏକ ଚାରା ବଣ୍ଟନ ଓ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାଳିପଲ୍ଲୀ ସରପଂଚ ରାମ ଚନ୍ଦ୍ର ବେହେରା, ବି.ଚନ୍ଦ୍ରମଣି ପାତ୍ର, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୁରୀ ଓ ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବୃକ୍ଷର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସହିତ ଗୋଟଏ ଗୋଟିଏ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ନଡିଆ, ବେଲ, ଅଁଳା, ଝାଉଁ, ପଣସ, ପିଜୁଳି, ସାଗୁଆନି ଭଳି ବିଭିନ୍ନ ରକମର ୨୦୦ ରୁ ଉର୍ଦ୍ଧ୍ୱ ଚାରା ଗ୍ରାମର ଏସଏଚଜି ମା’ମାନଙ୍କୁ ବଣ୍ଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଯୋଶଦା ଫାଉଣ୍ଡେସନ୍ ର ଟ୍ରଷ୍ଟି ଶ୍ରୀମତି ପଣ୍ଡାଙ୍କ ସମେତ ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳୀ ସାହୁ ପରିଚାଳନାରେ ସହ ଯୋଗ କରିଥିଲେ ।


