ଯୋଶଦା ଫାଉଣ୍ଡେସନ ପକ୍ଷରୁ ସମର୍ଥ ଅନୁଷ୍ଠାନ ସହାୟତା ପ୍ରଦାନ
ଛତ୍ରପୁର : ଯୋଶଦା ଫାଉଣ୍ଡେସନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ସମର୍ଥ ଅନୁଷ୍ଠାନର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହାୟତା ନିମନ୍ତେ ଏକ ପ୍ରେସର କୁକର ପ୍ରଦାନ କରିଛନ୍ତି । ଏହାସହ ସମର୍ଥ ଅନୁଷ୍ଠାନ ସମସ୍ତ ଛାତ୍ରଛାତ୍ରୀଙ୍କୁ ଟ୍ରଷ୍ଟି ସାଗରିକା ପଣ୍ଡା ମିଷ୍ଟାନ ଓ ଫଳ ବଣ୍ଟନ କରିଥିଲେ । ଅବସରରେ ଅନୁଷ୍ଠାନର ସମ୍ପାଦକ କେ. ଆନନ୍ଦ ରାଓଙ୍କ ସମେତ ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ଉପସ୍ଥିତ ଥିବା ବେଳେ ଅତିଥୀ ଭାବେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଚଂଳ ନାହାକ, ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ପ୍ରଶାନ୍ତ କୁମାର ମହାରଣା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟି ପଣ୍ଡା ଏବଂ ସୁଦେଷ୍ଣା ସାହୁ ପରିଚାଳନାରେ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ ଯୋଶଦା ଫାଉଣ୍ଡେସନ ପକ୍ଷରୁ ନିଜ ପାଣ୍ଠିରୁ ସମାଜସେବା ସହ ବହୁ ସଚେତନତା କାର୍ଯ୍ୟ କରାଯାଉଛି । ଏକାକୀ ମହିଳା ମାନଙ୍କୁ ସହାୟତା ପ୍ରଦାନ କରାଯିବ ସହ ବୃକ୍ଷ ରୋପଣ ଏବଂ କନ୍ୟା ଭ୍ରୃଣ ରୋକିବା ନିମନ୍ତେ ମହିଳା ସମାବେଶ ମଧ୍ୟ କରାଯାଇ ମହିଳା ମାନଙ୍କୁ ସ୍ୱାବଲମ୍ବୀ ହେବା ସହ ବିଭିନ୍ନ ଉପରେ ସଚେତନ ହେବା ନିମନ୍ତେ ଟ୍ରଷ୍ଟି ଶ୍ରୀମତି ପଣ୍ଡା ପରାମର୍ଶ ଦେଇଆସୁଛନ୍ତି ।