ଯୋୟା କ୍ରିକେଟ୍ ଟୁର୍ନାମେଣ୍ଟ ଉଦଯାପିତ;ଚାଞ୍ଚଡ଼ାପଲ୍ଲୀ କୁ ହରାଇ ଦିଗପହଣ୍ଡି ବିଜୟୀ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ଵସରାୟ ଷ୍ଟାଡିୟମ ରେ ଦୀର୍ଘ ୧୦ ଦିନ ଧରି ଚାଲିଥିବା ଯୋୟା କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କାର ପ୍ରାଦନ କରିଥିଲେ l ଏହି ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚରେ ଚାଞ୍ଚଡ଼ାପଲ୍ଲୀ କୁ ହରାଇ ଦିଗପହଣ୍ଡି ଚମ୍ପିୟନ ହୋଇଛି l ଟିମ ଟସ ଜିତି ପ୍ରଥମେ ଦିଗପହଣ୍ଡି ବ୍ୟାଟିଂ ନିଷ୍ପତି ନେଇ ବ୍ୟାଟିଂ କରି ୧୨ ଓଭର ରେ ୯୩ ରନ କରିଥିବା ବେଳେ ଚାଞ୍ଚଡ଼ାପଲ୍ଲୀ ୧୨ ଓଭରରେ ୭୪ ରନ କରି ପରାସ୍ତ ହୋଇଥିଲା l ଦିପୁ ପ୍ରଧାନ ଓ ପ୍ରସାଦ ରାଉତ ଏମ୍ପାୟାରିଙ୍ଗ କରିଥିଲେ l ଏହି ଟୁର୍ନାମେଣ୍ଟରେ ରାଧାଦେଇପୁର ନାଏବ ସରପଞ୍ଚ ନୀଳାଞ୍ଚଳ ପ୍ରଧାନ, ବାସୁ ଦେବ ପ୍ରଧାନ, ଛାତ୍ର ନେତା ଗୌରୀ ଶଙ୍କର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସନ୍ତୋଷ କୁମାର ରାଉତ,ଶୀବ ପ୍ରଧାନ,ଆକାଶ ପ୍ରଧାନ , ସୁଶାନ୍ତ ରାଉତ, ରଞ୍ଜନ ସେଠୀ,ପିଣ୍ଟୁ ପ୍ରଧାନ , ଦିପୁ ପ୍ରଧାନ,ବାଦର ପ୍ରଧାନ, ଶଙ୍କର ବାରାଡ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ l