ଯୋୟା କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ;କାଚଖଣ୍ଡିକୁ ହରାଇ ଆମ୍ବଗାଁ ବିଜୟୀ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ସାନଖେମୁଣ୍ଡି ବ୍ଲକ ପାଟପୁର ପଞ୍ଚାୟତ ପାଟପୁର ମିନିଷ୍ଟାଡିୟମ ରେ ଯୋୟା କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ  ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ,  ସମ୍ମାନିତ ଅତିଥି ରାଧାଦେଇପୁର ନାଏବ ସରପଞ୍ଚ ନୀଳାଞ୍ଚଳ ପ୍ରଧାନ, ଯୁବନେତା ବାସୁଦେବ ପ୍ରଧାନ, ଛାତ୍ରନେତା ଗୌରୀ ଶଙ୍କର ତ୍ରିପାଠୀ ଯୋଗଦେଇ ଶୁଭ ଉଦ୍ଘାଟନୀ ରେ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଓ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ । ଏହି ଟୁର୍ନାମେଣ୍ଟ ର ପ୍ରଥମମ୍ୟାଚ ରେ କାଚଖଣ୍ଡି କ୍ରିକେଟ ଟିମ ଆମ୍ବଗାଁ କ୍ରିକେଟ ଟିମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଟିମ ଟସ ଜିତି ପ୍ରଥମେ କାଚଖଣ୍ଡି ବ୍ୟାଟିଂ ନିଷ୍ପତି ନେଇଥିଲା l ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୮ ଉଇକେଟ ହରାଇ ୬୦ ରନ କରିଥିବା ବେଳେ ଆମ୍ବଗାଁ ନିର୍ଦ୍ଧାରିତ ୧୦ ଓଭରରେ ୯ ଉଇକେଟ ହରାଇ ୬୧ ରନ କରି ବିଜୟ ହୋଇଥିଲା l ଆକାଶ ପ୍ରଧାନ ଓ ସଂଗ୍ରାମ ରାଉତ ଏମ୍ପାୟାରିଙ୍ଗ କରିଥିଲେ l ଏହି ଟୁର୍ନାମେଣ୍ଟରେ ସନ୍ତୋଷ କୁମାର ରାଉତ,ଶୀବ ପ୍ରଧାନ, ସୁଶାନ୍ତ ରାଉତ, ରଞ୍ଜନ ସେଠୀ,ପିଣ୍ଟୁ ପ୍ରଧାନ , ଦିପୁ ପ୍ରଧାନ,ବାଦର ପ୍ରଧାନ, ଶଙ୍କର ବାରାଡ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ