ଯୌତୁକ ଜୁଇରେ ଗର୍ଭବତି ରଚନା
କୋରାପୁଟ,(ହେମନ୍ତ ପାଣଗ୍ରାହୀ): କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ବେହେରା ଗୁଡା ଗ୍ରାମ ରେ ଗତ କାଲି ତା-୩ ଜାନୁଆରୀ ୨୦୨୫ ଶୁକବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୌତୁକ ନିର୍ଯ୍ୟାତନା ଦେଇ ମାରିଦେଲେ ୨ମାସର ଗର୍ଭବତୀ ମହିଳାଙ୍କୁ। ମୃତକ ଜଣକ ହେଉଛନ୍ତି ସେମିଳିଗୁଡା ଥାନା ବହେରାଗୁଡା ଗ୍ରାମ ର ଏସ୍ ଅନିଲ କୁମାର ଚୌଧୁରୀଙ୍କ ସ୍ତ୍ରୀ ରଚନା ସାହୁ । ୨୦୨୩ ମସିହା ମାର୍ଚ୍ଚ ମାସ ୬ତାରିଖରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଜାଗୁଗୁଡା ଗ୍ରାମର ଚକ୍ରଧର ସାହୁଙ୍କ ଝିଅ ରଚନା ସାହୁଙ୍କର ବିବାହ ହିନ୍ଦୁ ରିତିନିତି ଅନୁସାରେ ହୋଇଥିଲା। ବିବାହ ସମୟରେ ୧ଲକ୍ଷ ଟଙ୍କା, ୫ତୋଳା ସୁନା ଓ ଆବଶ୍ୟକୀୟ ଆସବାବପତ୍ର ଯୌତୁକ ଆକାରରେ ଦେଇଥିଲେ। ହେଲେ ଯୌତୁକ ଲାଳସା ରେ ପରିବାର ଲୋକେ ବାରମ୍ବାର ନବବଧୁ ଙ୍କୁ ଅଧିକ ୩ଲକ୍ଷ ଟଙ୍କା ଓ ବାଇକ ଆଣିବା ପାଇଁ କହିବା ସହ ଝିଅକୁ ବାରମ୍ବାର ମାରପିଟ କରି ନିର୍ଯ୍ୟାତନା ଦେଉଥିଲେ। ବିବାହର ୨ମାସ ପରେ ପିତା ଚକ୍ରଧର ସାହୁ ଓ ମା ଟିକିନା ସାହୁ ଝିଅଘରକୁ ଆସିଥିବା ବେଳେ ଯୌତୁକ ବାବଦକୁ ସଫା, ଆଲମାରି ଓ ବାଇକ ବାବଦକୁ ୩ଲକ୍ଷ ଟଙ୍କା ଦିଅ ନହେଲେ ତମ ଝିଅକୁ ନେଇଯାଅ କହିଥିଲେ। ଝିଅର ପିତା,ମାତା ଜମିବିକ୍ରି ହୋଇନାହିଁ ଜମି ବିକ୍ରୀ ହେଲା ପରେ ଦେବିକହି ବୁଝାସୁଝା କରି ଆସିଥିଲେ। ତେବେ ଝିଅର ଶଶୁର ଘର ଲୋକେ ହଠାତ୍ ଗତକାଲି ୬ଘଣ୍ଟା ସମୟରେ ତମ ଝିଅ ଶୋଇବା ଅବସ୍ଥାରେ ମରିଯାଇଛି କହି ଫୋନ କରିଥିଲେ ।ଖବର ଶୁଣି ପରିବାର ଲୋକେ ପହଞ୍ଚି ଦେଖିବା ବେଳେ ଝିଅର ବେକ ଓ ଦେହର ବିଭିନ୍ନ ସ୍ଥାନରେ ସିଝି କଳା ପଡି ଯାଇଥିବା ଦେଖି ସନ୍ଦେହ କରି ତାଙ୍କ ଝିଅ ରଚନା ସାହୁ ଙ୍କ ସ୍ବାମୀ ଏସ ଅନିଲ ଚୌଧୁରୀ, ଶାଶୁ ସ୍ୟାମଲୋତା ଚୌଧୁରୀ, ଦେଡୋସୁର ଏସ୍ ସୁନିଲ ଚୌଧୁରୀ, ଶଶୁର ଏସ ନାଗେଶ୍ଵର ଚୌଧୁରୀ,ଏବଂ ଜେଜେ ମା ଏମାନେ ସମସ୍ତେ ମିଶି ମୋ ଝିଅକୁ ହତ୍ୟା କରିଛନ୍ତି ବୋଲି ପିତା ଚକ୍ରୋଧର ସାହୁ ସେମିଳିଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ସେମିଲିଗୁଡା ପୋଲିସ ଥାନା ଆଇଆଇସି ସଚ୍ଚିଦାନନ୍ଦ ପ୍ରଧାନ ପୋଲିସ ସଦଳବଳ ଏବଂ ଅନୁସନ୍ଧାନକାରୀ ଦଳଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି।