ଯୌତୁକ ପାଇଁ ନିର୍ଯ୍ୟାତନା, ଏତଲା ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ, ଅଭିଯୁକ୍ତଙ୍କୁ ଘଣ୍ଟ ଘୋଢ଼ାଉଛି ପୋଲିସ

ଭଦ୍ରକ, (ୱାଇଏନ୍‌ଏସ୍‌): ପ୍ରତିଦିନ କିଛି ନା କିଛି ଘଟଣା ଆପଣଙ୍କ ସାମ୍ନାକୁ ଆସୁଥିବ। ଆଉ ଏମିତି ଏକ ବର୍ବର ଘଟଣା ଯାହା ଆପଣଙ୍କ ରକ୍ତକୁ ଗରମ କରିଦେବ । ଘଟଣାଟି ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଶ୍ରୀରାମପୁର ଗ୍ରାମରେ। ଅଭିଯୋଗକାରିଣୀ ଶ୍ରୀମତୀ ରଞ୍ଜିତା ପଣ୍ଡା ପିତା ରମାକାନ୍ତ ପଣ୍ଡାଙ୍କ କହିବାନୁଯାୟୀ ସିଏ ଗତବର୍ଷ ୧୧/୦୩/୨୦୧୯ ତାରିଖରେ ବାଲେଶ୍ଵର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ଗର୍ସଙ୍ଗ ପଞ୍ଚାୟତର କୃଷ୍ଣପୁର ଗ୍ରାମର ଭାସ୍କର ଚନ୍ଦ୍ର ପଣ୍ଡାଙ୍କ ସାନ ପୁଅ ବିକାଶ କୁମାର ପଣ୍ଡାଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ କୁପାରି ସ୍ଥିତ ଅମ୍ବିକା କଲ୍ୟାଣ ମଣ୍ଡପରେ ବିବାହ କରିଥିଲେ। ବରପକ୍ଷଙ୍କ ଦାବି ଅନୁଯାୟୀ ଯୌତୁକ ବାବଦରେ ନଗତ ୫୦ହଜାର ଟଙ୍କା ସହ ସୁନା ଚେନ,ସୁନା ମୁଦି ଏବଂ ସମସ୍ତ ଆସବାସ ପତ୍ର ଦିଅଯାଇଥିଲା। ବିବାହର ୪ମାସ ପରେ ଅଧିକ ଯୌତୁକ ଦାବିକରି ମାଡ଼ ମାରିବା ସହ ଘରୁ ଟଙ୍କା ନଆଣିଲେ ଜୀବନରୁ ମାରିଦେବାକୁ ଧମକ ଚମକ ଦେଉଥିଲେ। ବାରମ୍ବାର ଏପରି କରିବା ସହ ଗର୍ଭରେ ଥିବା ୨ମାସର ଶିଶୁକୁ ଗୋଇଠା ମାରି ମାରିଦେବା ସହ ପେଟ୍ରୋଲ ଢାଳି ପୋଡ଼ିଦେବାକୁ ବି ପଛେଇନଥିଲେ ଉଭୟ ସ୍ୱାମୀ ଏବଂ ଶାଶୁ। ଏନେଇ ୧୩/୦୭/୨୦୧୯ ତାରିଖରେ ପିଡିତା ଜଣକ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଦୁଃଖର କଥା ଏସବୁ ବାବଦରେ ପୋଲିସ ବାବୁଙ୍କ ଉପସ୍ଥିତିରେ ଯୌତୁକ ଦେବା ପାଇଁ କରାଗଲା ଫଇସଲା ଏବେ ଦେଖନ୍ତୁ ସେଇ କୋର୍ଟ ପେପରକୁ ଆଉ ଯେଉଁଥିରେ ସମ୍ପୂର୍ଣ୍ଣ ଭାବେ ଲେଖାଯାଇଛି।ଏହି କୋର୍ଟ ପେପର ଲେଖା ଅନୁଯାୟୀ ଝିଅ ଯୌତୁକ ସହ ୨୮/୦୯/୨୦୧୯ ତାରିଖରେ ଶାଶୂଘରକୁ ଆସିବ। କିନ୍ତୁ ଏହାପରେ ବି ହୋଇନଥିଲା କୌଣସି ସମାଧାନ। ପୁଣି ଅଭିଯୋଗକାରିଣୀ ୨୭/୦୪/୨୦୨୦ ରେ ଗୋଟେ ରିପୋର୍ଟ ଏବଂ ୧୭/୦୫/୨୦୨୦ ତାରିଖରେ ଆଉ ଗୋଟେ ରିପୋର୍ଟ ସିମୁଳିଆ ଥାନାରେ କରିବା ପରେ ୧୮/୦୫/୨୦୨୦ ତାରିଖରେ କେସକୁ ଥାନା ବାବୁ ପଞ୍ଜିକରଣ କରିଥିଲେ। ରିପୋର୍ଟ ଅନୁଯାୟୀ IPC ଧାରା ୪୯୮-A , ୩୨୩ ,୫୦୬ ଏବଂ ୩୪ ଭଳି ୪ଗୋଟି ସାଙ୍ଘାତିକ ଦଫା ଲାଗିବା ସତ୍ୱେ ବି ଆସାମୀକୁ ଧରିବାକୁ ପୋଲିସବାବୁ ବିଫଳ, ଆଉ ଏମିତି ବି ପୋଲିସ ବାଲା ମୋ ଧରମ ବାପା ତୁ ମୋର କଣ ଉଖାଡିବୁ ମୁଁ ଦେଖିନେବି ବୋଲି କହିବା ସହ ପ୍ରତି ୪ଦିନରେ ଥରେ ଝିଅର ଘର ଶ୍ରୀରାମପୁର କୁ ଆସି ମଦ ପିଇ ଗାଳିଗୁଲଜ ବି କରୁଛି ଅଭିଯୁକ୍ତ। ତେବେ ଏସବୁ ବାବଦରେ ପୋଲିସ ଜାଣିଲାପରେ ବି ଚୁପ କାଁହିକି । କଣ ପାଇଁ ଗିରଫ କରୁନି ଅଭିଯୁକ୍ତକୁ । ତେବେ ଏମିତି ଆଉ କେତେଦିନ ଚାଲିଥିବ, କେବେ ନ୍ୟାୟ ପାଇବ ଗରିବ ନିରୀହ ଝିଅଟି, ଏହା ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ