ଯୌନ ଉତ୍ପୀଡ଼ନର ଶିକାର ହେଉଥିଲେ…

ଅଧିକାଂଶ ସମୟରେ ଯୌନ ନିର୍ଯାତନା ମାମଲା ଜଣା ପଡ଼େନାହିଁ। କାରଣ ମହିଳାମାନେ ଏ ସମ୍ପର୍କରେ ଜାଣିପାରନ୍ତି ନାହିଁ। ତେବେ ପ୍ରତ୍ୟେକ ମହିଳା ଜାଣିବା ଉଚିତ କେଉଁ ଘଟଣା ଯୌନ ଶୋଷଣ ଅଧୀନରେ ଆସୁଛି। ଯଦି ଆପଣଙ୍କୁ କୌଣସି ବ୍ୟକ୍ତି ଆପଣଙ୍କ ବିନା ଇଚ୍ଛାରେ ଛୁଉଁଛନ୍ତି କିମ୍ବା ଆପଣଙ୍କ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି, ତେବେ ଏହା ଯୌନ ନିର୍ଯାତନା ଆଇନ୍‌ ଅଧୀନରେ ଆସୁଛି। ଶାରୀରିକ ସମ୍ପର୍କ ରଖିବା ଲାଗି ଦାବି କରିବା, ସେକ୍ସୁଆଲ କଥା ଯୋଡ଼ି ହୋଇ ରହିଥିବା ଟିପ୍ପଣୀ ଦେବା, ପର୍ଣ୍ଣ ଭିଡ଼ିଓ ପଠାଇବା କିମ୍ବା ଦେଖାଇବା, କୌଣସି ବି ପ୍ରକାରର ଅଶ୍ଳୀଳ ଇଶାରା କରିବା ଆଦି ଯୌନ ନିର୍ଯାତନା ଆଇନ୍‌ ଅଧୀନରେ ଆସୁଛି।
କୌଣସି ମହିଳା ଯଦି ଅନୁଭବ କରନ୍ତି ତାଙ୍କ ସହିତ କୌଣସି ବ୍ୟକ୍ତି କାର୍ଯ୍ୟସ୍ଥଳରେ ଯୌନ ଶୋଷଣ କରୁଛନ୍ତି, ସେ ନିଜ କମ୍ପାନୀର ଇଣ୍ଟରନାଲ କମ୍ପ୍ଲେଣ୍ଟ କମିଟି ନିକଟରେ ୩ ମାସ ମଧ୍ୟରେ ଅଭିଯୋଗ ଦାଖଲ କରିବା ଉଚିତ। ଯଦି କମ୍ପାନୀରେ ଇଣ୍ଟରନାଲ କମ୍ପ୍ଲେଣ୍ଟ କମିଟି ନାହିଁ, ତେବେ ପୀଡ଼ିତା ମହିଳା ଲୋକାଲ କମିଟି ନିକଟରେ ଅଭିଯୋଗ ଦାଏର କରିପାରିବେ। ମାମଲା ଚାଲିବା ସମୟରେ ଯଦି ପୀଡ଼ିତା ଉକ୍ତ ବ୍ୟକ୍ତିଙ୍କ ସାମ୍ନାରେ କାମ କରିବାକୁ ସହଜ ଅନୁଭବ କରୁନାହାନ୍ତି, ତେବେ ସେକ୍ସୁଆଲ ହାରାସମେଣ୍ଟ ଆକ୍ଟ ୨୦୧୩ ସେକ୍ସନ୍‌ ୧୨ ଅଧୀନରେ ଛୁଟି ନେଇପାରିବେ। ଏହି ଆକ୍ଟ ଅଧୀନରେ ପୀଡ଼ିତା ୩ ମାସ ଯାଏ ଛୁଟି ନେବାର ଅଧିକାର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ