ରକ୍ତଚାପ ମାପୁଥିବା ଚଷମା

ଆଧୁନିକ ଯୁଗରେ ବିଭିନ୍ନ ରୋଗର ଚିକିତ୍ସା ହୋଇପାରୁଛି । ବୈଜ୍ଞାନିକମାନେ ବିଭିନ୍ନ ରୋଗର ନିରାକରଣ ପାଇଁ ଭିନ୍ନ ଭିନ୍ନ ଉପାୟ ବାହାର କରିଛନ୍ତି । ସେହିଭଳି ଶରୀରର ରକ୍ତଚାପ ମାପିବା ପାଇଁ ଏକ ପ୍ରକାର ଚଷମା ଉଦ୍ଭାବନ କରାଯାଇଛି । ଏହାକୁ ଦୁଇ ଜଣ ବୈଜ୍ଞାନିକ ମିଶି ଉଦ୍ଭାବନ କରିଛନ୍ତି । ଏହି ଚଷମାର ନାମ ‘ଗ୍ଲୋବେଲା’ । ଏହାକୁ ମାଇକ୍ରୋସଫ୍ଟର କମ୍ପାନୀ ଉଦ୍ଭାବନ କରିଛି । ଏହି ଚଷମା ଦେଖିବାକୁ ସାଧାରଣ ଚଷମା ପରି । ଏଥିରେ ଏକ ଅପ୍ଟିକାଲ ସେନ୍ସସର ଖଞ୍ଜାଯାଇଛି ଯାହା ନିୟମିତ ରକ୍ତଚାପ ମାପିବ । ଏହି ଚଷମାରୁ ଡାକ୍ତରମାନେ ତଥ୍ୟ ସଂଗ୍ରହ କରିପାରୁଥିବାରୁ ରୋଗ ଚିହ୍ନଟରେ ଏହା ସହାୟକ ହେଉଛି । ଏହି ଚଷମାକୁ ଜଣେ ସାଧାରଣ ଚଷମା ପରି ବ୍ୟବହାର କରିପାରିବ । ଏହି ଗ୍ଲୋବେଲା ଚଷମାକୁ ନେଇ କମ୍ପାନୀ କହିଛି ଯେ, ଏହା ରୋଗୀର ସଠିକ୍ ରକ୍ତଚାପ ମାପି ପାରିବ । ଗ୍ଲୋବେଲା ଚଷମା ହୃଦ୍ସ୍ପନ୍ଦନ, ମସ୍ତିଷ୍କର ସ୍ନାୟବିକ ଗତିବିଧି ଏବଂ ରକ୍ତ ସଞ୍ଚାଳନର ପ୍ରକ୍ରିୟାରୁ ଚଷମାରେ ଲାଗିଥିବା ସେନ୍ସର ରକ୍ତଚାପ ମାପିପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ