ରକ୍ତଚାପ ସଚେତନ ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର,(ୱାଇଏନଏସ): ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ରକ୍ତଚାପ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି, ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ରକ୍ତଚାପ ରୋଗର କାରଣ ନିରାକରଣ ସମ୍ବନ୍ଧରେ ବୁଝାଇଥିଲେ, ଆମିଷ,ପନିର, ଅଶୁଦ୍ଧ କ୍ଷୀର, ଘିଅ, ପୋଡ଼ାତେଲ ଛଣାଖାଦ୍ୟ, ଧୂମପାନ, ମଦ୍ୟପାନ, ଚିନ୍ତା, କ୍ରୋଧ ଦ୍ଵାରା ରକ୍ତଚାପ ହୁଏ,ଏହି ସବୁ ତ୍ୟାଗ କରି ସାତ ଘଣ୍ଟା ଶୋଇବେ,ସକାଳ ସନ୍ଧ୍ୟା ଅଧା ଘଣ୍ଟା ଲେଖାଏଁ ଧ୍ୟାନ କରିବେ,ଉଚ୍ଚ ରକ୍ତଚାପରେ ସର୍ପଗନ୍ଧା ମୂଳ, ଅର୍ଜୁନ ଛାଲି କ୍ୱାଥ, ପଦ୍ମମଞ୍ଜି ସେବନ କଲେ ରକ୍ତଚାପ ଭଲ ହୋଇଯାଏ,
ରୋଗୀଙ୍କ ନାଡୀ,ରକ୍ତଚାପ, ରକ୍ତଶର୍କରା,ଗଣ୍ଠିବାତ, ଅମ୍ଳପିତ୍ତ,ସ୍ତ୍ରୀ ରୋଗ, ଚର୍ମରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା, ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ, ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ