ରକ୍ତଦାତାଙ୍କୁ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ସଡଙ୍ଗା ଗ୍ରାମର ଶରତ କୁମାର ପାତ୍ର, ଓ ପଞ୍ଚୁଗୋଛିଆ ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ଶରତ କୁମାର ଜେନାଙ୍କୁ ସଫଳ ରକ୍ତଦାତା ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଆଜି ମୁଗୁପୁର ବାଳିକା ଉଚ୍ଚବିଦ୍ୟାଳୟ ଠାରେ ଆୟୋଜିତ ରକ୍ତଦାନ ଶିବିରରେ ଜିଲ୍ଲାର ଶ୍ରେଷ୍ଠ ରକ୍ତଦାତା ହିସାବରେ ୧୨୨ଥର ରକ୍ତଦାନ କରିଥିବା ଶରତ କୁମାର ପାତ୍ର ଓ ପଞ୍ଚୁଗୋଛିଆ ପଞ୍ଚାୟତର ଶରତ ପାତ୍ରଙ୍କୁ ୩୬ଥର ରକ୍ତଦାନ କରିଥିବା ଯୋଗୁଁ ତାଙ୍କୁ ସପୋଟିଭ ହ୍ୟାାଣ୍ଡ ପକ୍ଷରୁ ପୁଷ୍ପଗୁଚ୍ଛ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ପ୍ରଫୁଲ କୁମାର ଦାସ, ଗୀତାଞ୍ଜଳୀ ଦାସ, ଅର୍ଚ୍ଚନା ଦାସ, ଯଶସ୍ୱିନୀ ଦାସ, ସପୋଟିଭ ହ୍ୟାାଣ୍ଡର ସମ୍ପାଦକ ବିଶ୍ୱଜିତ ଦାସ, ସାମ୍ବାଦିକ କିଶୋର ଆଚାର୍ଯ୍ୟ, ସପୋଟିଭ ହ୍ୟାଣ୍ଡସର ସଦସ୍ୟ ସୁଧାଶୁଂ ଶେଖର ନାୟକ, ଅମ୍ରିତାଶୁଂ ଦାସ, ପ୍ରଶାନ୍ତ ସାହୁ, ରାଜୀବ ଦାସ, ମାନସ ପଣ୍ଡା, ପାର୍ଥସୌରଭ ସା, ଅରୁଣ ସାହୁ, ସୁମନ ପାତ୍ର, ଫନି ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ଦୁଇ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ