ରକ୍ତଦାନକୁ ନେଇ ଲୋକଙ୍କ ମନରେ ଥିବା ଭ୍ରମ ଧାରଣା

କୁହାଯାଏ ରକ୍ତଦାନ ମହାପୁଣ୍ୟ। ତଥାପି ଏହାକୁ ନେଇ ଲୋକଙ୍କ ମନରେ ଭ୍ରମଧାରଣା ରହିଛି। ରକ୍ତଦାନ କଲେ ଶରୀରରୁ ରକ୍ତ କମିଯାଏ ବୋଲି ଅନେକଙ୍କ ଧାରଣା। କିଛି ଲୋକ ଭାବନ୍ତି ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯିବ। ମାତ୍ର ଏହା ଏକ ଭ୍ରମ ଧାରଣା। କେବଳ ଏତିକି ନୁହେଁ, ରକ୍ତଦାନକୁ ନେଇ ଲୋକଙ୍କ ମନରେ ଆହୁରି ଅନେକ ଭ୍ରମ ଧାରଣା। ଚାଲନ୍ତୁ ସେଗୁଡ଼ିକୁ ଦୂର କରିବା।

ଦୁର୍ବଳ ଲୋକ ରକ୍ତଦାନ କରିବେ ନାହିଁ: ଲୋକଙ୍କ ମନରେ ଧାରଣା ଥାଏ ଦୁର୍ବଳ ଲୋକ ରକ୍ତଦାନ କଲେ ଆହୁରି ଦୁର୍ବଳ ହୋଇଯିବେ। ଏହା ଶରୀର ପ୍ରତି କୁପ୍ରଭାବ ପକାଇବ। କିନ୍ତୁ ନା ଏମିତି କିଛି ହୋଇ ନ ଥାଏ। ଆପଣଙ୍କ ଓଜନ ୫୦ କିଲୋଗ୍ରାମ ଥିଲେ ରକ୍ତଦାନ କରିପାରିବେ।

ମହିଳାମାନେ କରିବେ ନାହିଁ ରକ୍ତଦାନ : ଅଧିକାଂଶ ଲୋକ ଭାବନ୍ତି ମହିଳାମାନେ ରକ୍ତଦାନ କରିବା ଉଚିତ ନୁହଁ। କିନ୍ତୁ ଶରୀରରେ ହିମୋଗ୍ଲୋବିନ୍‌ର ମାତ୍ରା କେତେ ଅଛି ତାହା ଦେଖି ମହିଳାମାନେ ରକ୍ତଦାନ କରିପାରିବେ। ହିମୋଗ୍ଲୋବିନ୍‌ ଏକ ପ୍ରୋଟିନ୍‌, ଯାହା ରକ୍ତର ରଙ୍ଗକୁ ଲାଲ୍‌ କରିଥାଏ।

ଶାକାହାରୀଙ୍କୁ ରକ୍ତଦାନ ମନା : ଲୋକଙ୍କ ମନରେ ଭ୍ରମଧାରଣା ଥାଏ ମାଂସାହାରୀଙ୍କଠାରେ ଅଧିକ ଆଇରନ୍‌ ଥିବାରୁ ସେମାନେ ରକ୍ତଦାନ କରିପାରିବେ। କିନ୍ତୁ ଶାକାହାରୀ ମଧ୍ୟ ରକ୍ତଦାନ କରିବାରେ କୌଣସି ଅସୁବିଧା ନ ଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି। କାରଣ ପାଳଙ୍ଗ, ରାଜ୍‌ମା ଏବଂ କିସ୍‌ମିସ୍‌ରେ ଅଧିକ ହିମୋଗ୍ଲୋବିନ୍‌ ଥାଏ। ତେଣୁ ଶାକାହାରୀ ରକ୍ତଦାନ କରିପାରିବେ।

ଶରୀରରେ ରକ୍ତ ସୀମିତ : ଅଧିକାଂଶ ଲୋକ ଭାବିଥାନ୍ତି ଶରୀରରେ ରକ୍ତ ସୀମିତ। ତେଣୁ କାହାକୁ ରକ୍ତଦାନ କଲେ ଏହା ଶରୀର ପ୍ରତି କ୍ଷତି ପହଞ୍ଚାଇଥାଏ। ଯେତେବେଳେ ରକ୍ତଦାନ କରିବେ ସେତେବେଳେ ରେଡ୍‌ ବ୍ଲଡ୍‌ ସେଲ୍‌ସର କମ୍‌ ସିଗ୍‌‌ନାଲ ମିଳିଥାଏ। ଏଥିରେ ଅଧିକ ଆର୍‌ବିଏସ୍‌ ସୃଷ୍ଟି ହୋଇଥାଏ। ତେଣୁ ରକ୍ତଦାନ କଲେ ଆପଣ କେବେ ବି ରୋଗରେ ପଡ଼ିବେ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ