ରକ୍ତଦାନର ଉପକାରିତା
କୁହାଯାଏ, ରକ୍ତଦାନ ମହାପୁଣ୍ୟ । ରକ୍ତଦାନ କରିବା ଦ୍ୱାରା ଜଣଙ୍କ ଜୀବନ ବଞ୍ଚିବା ସହ ରକ୍ତଦାନ କରିଥିବା ଲୋକ ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ । ରକ୍ତଦାନ କରିବା ପରେ ଫଳ ଏବଂ ପନିପରିବା ଖାଇବା ଦ୍ୱାରା ଶରୀରରେ ନୂଆ ରକ୍ତ ସୃଷ୍ଟି ହୋଇଥାଏ । ଯାହା ଶରୀରକୁ ସୁସ୍ଥ ରଖିବା ସହ ତ୍ୱ·ରେ ଚମକ ଆଣିଥାଏ । ରକ୍ତଦାନ କରିବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦେଖାଯିବାର ଆଶଙ୍କା କମ୍ ହେବା ସହ ଅନେକ ରୋଗ ମଧ୍ୟ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ରକ୍ତଦାନ କଲେ ଶରୀରକୁ କ’ଣ ଲାଭ ମିଳିଥାଏ ।
୧.ରକ୍ତଦାନ କରିବା ଦ୍ୱାରା ଶରୀରରେ ଆଇରନର ସ୍ତର ଠିକ୍ ରହିଥାଏ । ଏହା ସହ ହୃଦ୍ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ରକ୍ତଦାନ କରିବା ଦ୍ୱାରା ବାର୍ଦ୍ଧକ୍ୟର ଛାପ ସହଜରେ ଦିଶି ନ ଥାଏ ।
୨.ରକ୍ତଦାନ କଲେ ଯକୃତରେ ଏହାର ଭଲ ପ୍ରଭାବ ପଡ଼ିଥାଏ । ଯକୃତର କାମ ଆଇରନ୍ ମେଟାବୋଲିଜିମ୍ ଉପରେ ନିର୍ଭର କରିଥାଏ । ରକ୍ତଦାନ କରିବା ଦ୍ୱାରା ଶରୀରରେ ଆଇରନର ପରିମାଣ ଠିକ୍ ରହୁଥିବାରୁ ଯକୃତ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନ ଥାଏ । ଯଦି ଶରୀରରେ ଆଇରନ୍ର ପରିମାଣ ଅଧିକ ରହିଥାଏ ତେବେ ଯକୃତ କୋଷର ଅକ୍ସିଡ଼େସନ ହୋଇଥାଏ । ଯାହା ଯକୃତ ଉପରେ ଖରାପ ପ୍ରଭାବ ପକାଇବା ସହ ପରେ କର୍କଟ ରୋଗର କାରଣ ବନିଯାଇଥାଏ ।
୩. ଥରେ ରକ୍ତଦାନ କରିବା ପରେ ଶରୀରରୁ ୬୫୦-୭୦୦କିଲୋ କ୍ୟାଲୋରି କମ୍ ହୋଇଯାଇଥାଏ । ଏହା ଦ୍ୱାରା ଶରୀରର ଓଜନ ନିୟନ୍ତ୍ରଣ ହୋଇ ରହିଥାଏ । ପ୍ରତି ୩ ମାସକୁ ଥରେ ରକ୍ତଦାନ କରିବା ଉଚିତ୍ ବୋଲି ଜାଣିରଖନ୍ତୁ ।