ରକ୍ତଦାନ କରିବା ଅନ୍ୟ ଜଣକ ମୁହଁରେ ହସ ଭରିବା

ବୋଡେ଼ନ,(ଡୋଲେଶ୍ୱର ବାଗ): ଧୀରେ ଧୀରେ ରକ୍ତ ଅଭାବ ଦୂର କରିବା ଲକ୍ଷ୍ୟରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିର ଫେଡେରେସନ ଅଫ ବ୍ଲଡ୍ ଡୋନର ଓର୍ଗାନାଇଜେସନ ଓଡି଼ଶା ଙ୍କ ଆହ୍ବାନକ୍ରମେ ଆୟୋଜିତ ହୋଇଥିଲା, ଶିବିରଟି ପିପୁଲ୍ସ ହୋପ ଫାଉଣ୍ଡେସନ , ନାରାୟଣ ମହାନନ୍ଦ ଓ ନିୟମିତ ରକ୍ତଦାତା ଶିକ୍ଷକ କିଶୋର କୁମାର ପରିଡ଼ାଙ୍କ ସହଯୋଗ ରେ ଆୟୋଜିତ ହେଇଥିଲା, ଶିବିରରେ ଅନେକ ଯୁବ ସେବାଭାବୀ ରକ୍ତଦାତା ଆଗକୁ ଆସି ରକ୍ତ ଦାନ କରିଛନ୍ତି। ଏହି ଅଭିଯାନ ମାଧ୍ୟମରେ ଗ୍ରାମ ଓ ସହର ଅଞ୍ଚଳରରେ ଥାଲେସୀମିଆ ଓ ଗର୍ଭବତୀ ମହିଳା ମାନଙ୍କୁ ଆବଶ୍ୟକ ସ୍ଥଳେ ରକ୍ତ ଯୋଗାଇଦେବାର ଏକ ପ୍ରଚେଷ୍ଟା, ପିପୁଲ୍ସ ହୋପେ ଫାଉଣ୍ଡେସନ ର ସଂସ୍ଥାପକ ଶୁଭମ ତାଣ୍ଡି ଓ ନିୟମିତ ରକ୍ତଦାତା ଶିକ୍ଷକ କିଶୋର କୁମାର ପରିଡା କହିଛନ୍ତି ଯେ ଏହି ପ୍ରକାର ସେବା ଉଦ୍ୟମ ଯୁବ ମାନଂକୁ ଦାୟିତ୍ୱବୋଧ ଦିଏ ଓ ସମାଜ ଉପକୃତ ହୁଏ। ଏହା ସେବା ଓ ସଚେତନତାର ଉଦାହରଣ, ଯେଉଁମାନେ ଏହି ଶିବିରକୁ ସଫଳ କରିଛନ୍ତି, ସେମାନେ ମଧ୍ୟ ଏକ ଶ୍ରେଷ୍ଠ ସେବା ଦେଇଛନ୍ତି। ରକ୍ତ ଦାନ କରିବା ଦ୍ୱାରା ଏକ ଜୀବନ ବଞ୍ଚାଇପାରିବ ବୋଲି ଆହ୍ୱାନ ଦିଆଯାଇଛି, ଶିବିରର ସଫଳ ଆୟୋଜନରେ ଓଡ଼ିଶା ରକ୍ତ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡାର ଯଯାତିକେଶରୀ ମଲ୍ଲିକ ଲେବ ଟେକନିସିଆନ , ଡି. ସୁମନ ସୌରଭ , ନର୍ସିଂ ଅଫିସର, କାର୍ତ୍ତିକ ରଣା, ଲେଵ ଏଟେନଡେଣ୍ଟ ଓ ଭବାନୀ ଶଙ୍କର ସୁନାନୀ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ