ରକ୍ତଦାନ କରି ନବବର୍ଷ ପାଳିଲେ ଯୁବ ସମାଜସେବୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):ନୂତନ ବର୍ଷ କାହା ପାଇଁ ଅସରନ୍ତି ଖୁସି ଆଣିଥାଏ ତ ପୁଣି କାହା ପାଇଁ ଦୁଃଖର ପାହାଡ଼ ମଧ୍ୟ ପାଲଟିଥାଏ । ଏଭଳି ସ୍ଥିତିରେ, ହାଟଡ଼ିହି ବ୍ଲକ୍ ମୁଗୁପୁର ଗ୍ରାମର ନାରାୟଣ ଜେନା ନିମୋନିଆ ରୋଗରେ ପୀଡ଼ିତ ହୋଇ ରକ୍ତ ଆବଶ୍ୟକ କରୁଥିଲା ବେଳେ କେନ୍ଦୁଝର ବିଜେପିର ଜିଲ୍ଲା ଯୁବ ମୋର୍ଚ୍ଚା ସଂଯୋଜକ ତଥା ଯୁବ ସମାଜସେବୀ ସୁଧାଂଶୁ ଶେଖର ବେହେରା ଆଜି ଆନନ୍ଦପୁର ମେଡ଼ିକାଲକୁ ଯାଇ ନିମୋନିଆ ରୋଗୀ ନାରାୟଣଙ୍କୁ ରକ୍ତଦାନ କରି ନିଜର ମହନୀୟତା ଦେଖାଇଛନ୍ତି। ସୁଧାଂଶୁ ଷଡ଼ଙ୍ଗ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଯୁଦ୍ଧିଷ୍ଠିର ଓ ସଂଯୁକ୍ତା ବେହେରାଙ୍କ ପୁଅ ଅଟନ୍ତି। ନୂଆବର୍ଷ ଆରମ୍ଭରେ ସୁଧାଂଶୁଙ୍କ ଏଭଳି ମହତ୍ କାର୍ଯ୍ୟକୁ ନେଇ ନିଜ ପରିବାର ସହ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।