ରକ୍ତଦାନ କରି ନିଆରା ଢ଼ଙ୍ଗରେ ବିବାହ ବାର୍ଷିକ ପାଳିଲେ ଶିକ୍ଷକ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ନିଜର ତୃତୀୟ ବିବାହ ବାର୍ଷିକ କୁ ଏକ ନିଆରା ଢ଼ଙ୍ଗରେ ପାଳିଛନ୍ତି ଭଞ୍ଜନଗର ବ୍ଲକର ଜଣେ ଶିକ୍ଷକ I ସୂଚନା ପ୍ରକାରେ ଭଞ୍ଜନଗର ବ୍ଳକ୍ ଢେପସାହି ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦାମ ଦଳବରା ୨୦୧୮ ମସିହା ମାର୍ଚ୍ଚ ମାସ ଚାରି ତାରିଖରେ ଗାୟତ୍ରୀଙ୍କୁ ବିବାହ କରିଥିଲେ I ଆଜି ସେମାନଙ୍କ ତୃତୀୟ ବିବାହ ବାର୍ଷିକ ଥିବାରୁ ଏହାକୁ ଅଯଥା ଭୋଜିଭାତ ଆଡମ୍ବରରେ ନ ପାଳି ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି ପାଳିବାକୁ ନିଷ୍ପତି ନେଇଥିଲେ I ଆଜି ସୁଦାମ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ୍ ର ଓଡ଼ିଶା ରକ୍ତ ଭଣ୍ଡାରକୁ ଯାଇ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ I ରକ୍ତ ସଂଗ୍ରହ କାର୍ଯ୍ୟରେ ସିନିୟର ଟେକ୍ନିସିଆନ ଡକ୍ଟର୍ ସୁରେନ୍ଦ୍ର ମହାପାତ୍ର, ରକ୍ତଭଣ୍ଡାର କର୍ମଚାରୀ ବିପିନ ବିହାରୀ ପାଣିଗ୍ରାହୀ, ସୀମାଞ୍ଚଳ ସେଠୀ ଏବଂ ସହାୟକ କେନ୍ଦ୍ର ପରିଚାଳକ ନାରାୟଣ ବେହେରା ସହଯୋଗ କରିଥିଲେ I ପ୍ରକାଶ ଥାଉକି ସୁଦାମ ମୃତ୍ୟୁ ପରେ ନିଜର କିଡନୀ ଏବଂ ଫୁସଫୁସ୍ ମଧ୍ୟ ଦାନ କରିବାକୁ ଚୁକ୍ତିବଦ୍ଧ ହୋଇସାରିଛନ୍ତି I ସୁଦାମଙ୍କ ଧର୍ମପତ୍ନୀ ଗାୟତ୍ରୀ ଆଗକୁ ଶିକ୍ଷୟିତ୍ରୀ ହେବା ପାଇଁ ତାଲିମ୍ ନେଉଥିବା ବେଳେ ସେ ମଧ୍ୟ ମୃତ୍ୟୁ ପରେ ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହୋଇସାରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ