ରକ୍ତଦାନ କରି ନିଆରା ଢ଼ଙ୍ଗରେ ଜନ୍ମଦିନ ପାଳିଲେ ଯୁବ ସାମ୍ବାଦିକ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ନିଜ 38 ତମ ଜନ୍ମ ଦିନକୁ ଏକ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଦସ୍ୟ ତଥା ଯୁବ ସାମ୍ବାଦିକ ଜଗନ୍ନାଥ ନାୟକ I ସୂଚନା ଥାଉକି ଆଜି ଶ୍ରୀ ନାୟକ 37 ବର୍ଷ ଅତିକ୍ରମ କରି 38 ବର୍ଷରେ ପଦାର୍ପଣ କରିବା ଅବସରରେ ନିଜ ଜନ୍ମ ଦିନକୁ ଏକ ସ୍ଵତନ୍ତ୍ର ଢଙ୍ଗରେ ପାଳିବାକୁ ନିଷ୍ପତି ନେଇଥିଲେ I ଆଜି ନିଜ ଜନ୍ମ ଦିନ ଅବସରରେ ଶ୍ରୀ ନାୟକ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଓଡ଼ିଶା ରକ୍ତ ଭଣ୍ଡାରକୁ ଯାଇ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ I ଆଜି ଶ୍ରୀ ନାୟକ 17 ଥର ନିମିତ୍ତ ରକ୍ତଦାନ କରିଥିଲେ I ରକ୍ତ ସଂଗ୍ରହ କାର୍ଯ୍ୟରେ ଭଞ୍ଜନଗର ରକ୍ତ ଭଣ୍ଡାର କର୍ମଚାରୀମା ଇତିଶ୍ରୀ ତ୍ରିପାଠି, ଚିତ୍ତରଞ୍ଜନ ଖଟୁଆ, ସୀମାଞ୍ଚଳ ସେଠୀ ପ୍ରମୁଖ ସହଯୋଗ କରିଥିଲେ I ଶ୍ରୀ ନାୟକଙ୍କ ଜନ୍ମ ଦିନରେ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ର ସଦସ୍ୟ ସଦସ୍ୟା ଶୁଭେଚ୍ଛା ଜଣାଇଥିବା ବେଳେ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମଧ୍ୟ ଶୁଭେଚ୍ଛା ଜଣାଇବା ସହ ତାଙ୍କର ନିଆରା କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ