ରକ୍ତଦାନ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

ଗଞ୍ଜାମ , (ଯୁଗାବ୍ଦ ନ୍ୟୁଜ): ଗଞ୍ଜାମ ବ୍ଲକ୍ର ଅଗ୍ରଣୀ ସାମାଜିକ ଯୁବ ସଙ୍ଗଠନ ୟୁଥ୍ ଫର୍ ଭିଲେଜ୍ ଦ୍ୱାରା ଆସନ୍ତା ୨୨ତାରିଖ ରେ ହେବାକୁଥିବା ରକ୍ତଦାନ ଶିବିର ନିମନ୍ତେ ୱାଇ ଫର୍ ଭି ପାଠାଗାର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ଶ୍ରୀ ଡି ଦେବହରି ରେଡିଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସଭାପତି ଚୈତନ୍ୟ ରେଡି, ଉପ ସଭାପତି ଦୀପକ ସେଠୀ,ସମ୍ପାଦକ ଦୀପକ କୁମାର ସାହୁ, କୋଷାଧ୍ୟକ୍ଷ ମୋଚିରାମ ବେହେରା, ଗଗନ ସାହୁ, ଅଶୋକ ବେହେରା, ସୁନୀଲ ସେଠୀ, ପ୍ରଦୀପ ବେହେରା, ପ୍ରଦୀପ ମହାପାତ୍ର, ରବି ବେହେରା, ନିଳାଞ୍ଚଳ ସେଠୀ, ପିଣ୍ଟୁ ମହାରଣା, ବସନ୍ତ ସେଠୀ, ସିକ୍ଷାବିତ୍ ରବୀନ୍ଦ୍ର ଗୌଡ ଓ ରବୀନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୨୨ରବିବାର ଦିନ ସକାଳ ୯.୩୦ମି ସମୟରେ ପୋଇରାଶି ଗ୍ରାମ ପଂଚାୟତ କାର‌୍ୟ୍ୟାଳୟ ଠାରେ ୟୁଥ୍ ଫର୍ ଭିଲେଜ୍ର ସ୍ବର୍ଗତ କେ ଉପେନ୍ଦ୍ର ରେଡିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ରକ୍ତଦାନ ଭଳି ମହତ କାର‌୍ୟ୍ୟ ରେ ଯୋଗଦେଇ ରକ୍ତ ଦାନ କରି ଅନ୍ୟର ଜୀବନ ବଂଚେଇବା ସହ ନିଜେ ପୁଣ୍ୟ ଅର୍ଜନ କରିବା ପାଈଁ ଗ୍ରୁପ୍ ଅନୁରୋଧ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ