ରକ୍ତଦାନ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମ ଠାରେ ଅକ୍ଟୋବର ୩୦ ତାରିଖ ଦିନ ଶ୍ୟାମକାଳୀ ୟୁଥ୍ କ୍ଲବ୍ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ରକ୍ତଦାନ ଶିବିର ନିମନ୍ତେ ବଡମାଧୁପର ଗ୍ରାମ ସ୍ଥିତ ଶ୍ୟାମକାଳୀ ୟୁଥ୍ କ୍ଲବ ପରିସରରେ ସଭାପତି ଦିଲ୍ଲୀପ ବେହେରାଙ୍କ ପୌରହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଏକ ମହତ୍ କାର୍ଯ୍ୟ । ଏଭଳି କାର୍ଯ୍ୟରେ କ୍ଲବ୍‌ର ସମସ୍ତ ସଦସ୍ୟମାନେ ଉପସ୍ଥିତ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସଭାପତି ଶ୍ରୀ ବେହେରା ପରାମର୍ଶ ଦେଇଥିଲେ । କୋଭିଡ୍‌-୧୯ ନିୟମ ଅନୁସାରେ ଅନୁଷ୍ଠିତ ହେବାକୁ ଥିବା ରକ୍ତଦାନ ଶିବିରକୁ ପରିଚାଳନା କରିବା ନିମନ୍ତେ ଗୁରୁତ୍ୱାରୋପ ଆଲୋଚନା ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କ୍ଲବର ସାଧାରଣ ସଂପାଦକ ମାଧବ ଖୁଣ୍ଟିଆ, ମହେନ୍ଦ୍ର କୁମାର ଗୌଡ, ରଞ୍ଜନ କୁମାର ଖୁଣ୍ଟିଆ, ନାରାୟଣ ବେହେରା, ଅର୍ଚ୍ଚନା ବେହେରା, ସୋନାଲୀ ବେହେରା, ରାଜୀବ ବେହେରା, ଏନ୍‌.କିରଣ ଦୋରା, ପଞ୍ଚୁ ଖୁଣ୍ଟିଆ, ନିରଞ୍ଜନ ବେହେରା, ରଘୁନାଥ ବେହେରା, କୋଷାଧ୍ୟକ୍ଷ ଅନାଦି ବେହେରା, ଏସ୍‌.ଯୁଧିଷ୍ଠୀର ରେଡ୍ଡୀ, ଶିବରଞ୍ଜନ ସାହୁ, କୈଳାସ ସେଠୀ, ଜିତେନ୍ଦ୍ର ପାଣିଗ୍ରାହୀ, ଦେବାଶିଷ ବେହେରା, ରଞ୍ଜିତ୍ ରାଉଳ, କୈଳାସ ବେହେରା, ସୋମନାଥ ବେହେରା, କାମରାଜୁ ବେହେରା, ଟି.ଦେବରାଜ ରେଡ୍ଡୀ, ଟି.କିଶୋର ରେଡ୍ଡୀ, କାହ୍ନୁ ଚରଣ ମହାରଣା, ଏସ୍‌.ସୁଶାନ୍ତ ରେଡ୍ଡୀ, ଏସ୍‌.ବିକ୍ରମ ରେଡ୍ଡୀ, ଟି.ମୋହନ ରେଡ୍ଡୀ,ପଦ୍ମନାଭ ସାହୁ, ଦୀନବନ୍ଧୁ ବେହେରା, ସୁକାନ୍ତ କୁମାର ଦାଶ (ଏନ୍‌.ୱାଇ.ଭି) ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ