ରକ୍ତଦାନ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

ଭଞ୍ଜନଗର, ( ସନ୍ତୋଷ ଜେନା ): ଆସନ୍ତା ୨୪ତାରିଖରେ ବିପଦର ବନ୍ଧୁ ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରଥମ ବାର୍ଷିକ ଉତ୍ସବ ପାଳନ ଅବସରରେ ଉକ୍ତ ଅନୁଷ୍ଠାନ ସହ ଭଞ୍ଜନଗର ଠାରେ ନୂତନ ଭାବେ ଗଢ଼ି ଉଠିଥିବା ଉତ୍କଳ ସାମ୍ବାଦିକ ସଂଘ ଓ ଆମ ଓଡ଼ିଶା ତରଫରୁ ମିଳିତ ଭାବେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ଆୟୋଜନ କରାଯାଇଛି।ଏହାର ସଫଳତା ନିମନ୍ତେ ସୋମବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଭିନ୍ନ ସଙ୍ଗଠନ ର କର୍ମକର୍ତ୍ତାମାନେ ଉପସ୍ଥିତ ରହି ନିଜର ମତାମତ ଦେଇଥିଲେ।ଭଞ୍ଜନଗର ରକ୍ତଭଣ୍ଡାର ରେ ରକ୍ତ ର ଅଭାବ ପୂରଣ ପାଇଁ ନୂତନ ରକ୍ତଦାତାଙ୍କୁ ସାମିଲ କରିବା ସହ ବରେଣ୍ୟ ଅତିଥି ଚୟନ, ସଭା କାର୍ଯ୍ୟ ପରିଚାଳନା, ସେବା କାର୍ଯ୍ୟରେ ନିୟୋଜିତ ଥିବା ଅନ୍ୟ ସଙ୍ଗଠନ ଓ କିଛି ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା।ଏଥିରେ ଉକ୍ତ ସଙ୍ଗଠନର କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରଦୀପ ଜେନା, ରାଜେଶ ପରିଡା, ବିକ୍ରମ ପଣ୍ଡା, ସିପୁନ ପାତ୍ର, ପ୍ରଶାନ୍ତ ରାଉତ, ଚିନ୍ମୟ ପୋଲେଇ,ଅରକ୍ଷିତ ସ୍ବାଇଁ, ସୁକାନ୍ତ ଦିଗାଲ, ଓୟୁଜେ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ସହ ସମ୍ପାଦକ ନିଲୁ ବିଷୋୟୀ, ବ୍ଲକ ସଂଯୋଜକ ନଚିକେତ ପ୍ରଧାନ ଓ ଜିଲ୍ଲା ସଂଯୋଜକ ତଥା ଆମ ଓଡ଼ିଶା ପ୍ରତିନିଧି ବିଶ୍ବମ୍ବର ଜେନା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ