ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

ଚିକିଟି-(ଯୁଗାବ୍ଦ ନ୍ୟୁଜ) -ଚିକିଟି ଆଞ୍ଚଳିକ ହଳଦିଆ ତୈଳିକ ସମାଜ ପକ୍ଷରୁ ଚିକିଟି ଏନଏସି ଠାରେ ଆସନ୍ତା ୧୭ ତାରିଖ ରେ ଏକ ମେଗା ରକ୍ତଦାନ ଶିବିର କରାଯିବ ବୋଲି ଗତକାଲି ଏକ ପ୍ରସ୍ତୁତି ବୈଠକ ରେ ତୈଳିକ ବଶ୍ୟ ସମାଜ ର ସଭାପତି ଧର୍ମା ସାହୁ ପ୍ରକାଶ କରିଥିଲେ। ଦିନକୁଦିନ ରୋଗର ମାତ୍ରା ଏତେ ବଢିଯାଉଛି ଯେ ରୋଗୀଙ୍କୁ ଆବଶ୍ୟକତା ଅନୁଯାଇ ରକ୍ତ ମିଳିବା କଠିନ କାର୍ଯ୍ୟ ହେଉଛି।ଏଣୁ ଏଭଳି ଶିବିର ଅନୁଷ୍ଟିତ କରି ରକ୍ତ ର ସଞ୍ଚୟ ଓ ସରକ୍ଷଣ କରାଗଲେ ଅଞ୍ଚଳ ରେ କାହାର ଆଵଶ୍ୟକତା କୁ ମେଣ୍ଟାଯାଇ ପାରିବ ବୋଲି ଶ୍ରୀ ସାହୁ ପ୍ରକାଶ କରିବା ସହ ସମସ୍ତ ତୈଳିକ ସମାଜ ର ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ କରିଛନ୍ତି ଯେ ରକ୍ତ ଦାନ କରି ମହତ କାର୍ଯ୍ୟ ଓ ପୁଣ୍ୟ ଅର୍ଜନ କରନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ