ରକ୍ତବର୍ଗ ଅନୁସାରେ ଖାଦ୍ୟ
ଗବେଷଣାରୁ ପ୍ରକାଶିତ ଯେ ଏ ଗ୍ରୁପ୍ ରକ୍ତ ଥିବା ବ୍ୟକ୍ତିମାନେ ଦୁଗ୍ଧ ଜାତୀୟ ଖାଦ୍ୟ ଖାଇଲେ ସେମାନଙ୍କର ହଜମ ଭଲ ଭାବେ ହୋଇନଥାଏ । ଏପରିକି ଆମିଷ ଖାଦ୍ୟ ଏହି ବ୍ୟକ୍ତିମାନେ ଖାଇଲେ ସେମାନଙ୍କ ପାଚନ କ୍ରିୟାରେ ଅସୁବିଧା ହୋଇଥାଏ । ସେଥିପାଇଁ ଏ ଗ୍ରୁପ ଧାରୀ ବ୍ୟକ୍ତିମାନେ ଏସବୁ ଖାଦ୍ୟ ନ ଖାଇବା ଉଚିତ । ଏମାନେ ଶାକାହାରୀ ଖାଦ୍ୟ ସହ ବିନ୍ସ ଓ ଶାଗ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ବି’ଗ୍ରୁପ୍ ଧାରୀ ବ୍ୟକ୍ତିମାନେ ବାଦାମ, ପେସ୍ତାବାଦାମ, ସୋରିଷ ଓ ମକାକୁ ସହଜରେ ହଜମ କରିପାରନ୍ତି ନାହିଁ । ଏମାନେ ଆମିଷ ସହ ଦୁଗ୍ଧଜାତୀୟ ଦ୍ରବ୍ୟ ଆବଶ୍ୟକ ପରିମାଣରେ ଖାଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ । ଓ’ଗ୍ରୁପ ଧାରୀ ବ୍ୟକ୍ତି ମଧ୍ୟ ଖାଦ୍ୟ ବାବଦରେ ସଚେତନ ରହିବା ଜରୁରୀ । ରାଜମା, କାବୁଲି, ଚଣା ଇତ୍ୟାଦି ସେମାନେ ଖାଇଲେ ସହଜରେ ହଜମ କରିପାରିନଥାନ୍ତି । ସେଥିପାଇଁ ସେମାନେ ଏ ସବୁ ନଖାଇବା ଭଲ । ଏମାନେ ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ । ଏହା ସହ ନିୟମିତ ପରିବା ସିଝା ଖାଇବା ଉତ୍ତମ ବୋଲି ଗବେଷଣାରୁ ପ୍ରକାଶିତ । ଏବି’ ଗ୍ରୁପଧାରୀ ବ୍ୟକ୍ତି ସମସ୍ତ ପ୍ରକାର ଖାଦ୍ୟ ସହଜରେ ହଜମ କରିପାରିଥାନ୍ତି । ଏମାନେ ସମସ୍ତ ଖାଦ୍ୟକୁ ହଜମ କରିପାରୁଥିବାରୁ ଗବେଷକମାନେ ଏହି ମତ ଦେଇଛନ୍ତି ।


