ରକ୍ତଭଣ୍ଡାର ତୁରନ୍ତ କାର୍ଯ୍ୟକାରୀ ନହେଲେ ଜନସ୍ୱାର୍ଥ ମାମଲା ପାଇଁ ଚେତାବନୀ

ପୋଲସରା,(ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ୫ ବର୍ଷ ଧରି ରକ୍ତ ଭଣ୍ଡାର ନିର୍ମାଣ ହୋଇ ବିଭିନ୍ନ ଯନ୍ତ୍ରପାତି ଆସିଥିଲେ ମଧ୍ୟ କର୍ମଚାରୀ ନଥିବା ଯୋଗୁ ରକ୍ତ ଭଣ୍ଡାର ଚାଲୁ ନହୋଇ ରୋଗୀ ଅସୁବିଧା ଭୋଗୁଥିବା ଯୋଗୁଁ ଜନସ୍ୱାର୍ଥ ମାମଲା ରୁଜୁ କରିବା ପାଇଁ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ଚେତାବନୀ ଦେଇଥିବା ଶୁଣା ଯାଇଛି । ଦଶ ଲକ୍ଷରୁ ଉର୍ଦ୍ଧ୍ବ ଜନସାଧାରଣ ନିର୍ଭର କରୁଥିବା ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ ଭଣ୍ଡାର ବନ୍ଦ ଥିବା ସହ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ, ଶଲ୍ୟ ଚିକିତ୍ସା ବିଶେଷଜ୍ଞ ସମେତ ଏମବିବିଏସ ଡାକ୍ତର ନଥିବା ଯୋଗୁ ସ୍ବାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାଧାରଣ ଗରୀବ ଲୋକଟି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତମ ଚିକିତ୍ସା ପାଇବା ପାଇଁ ଆଶା କରି ଆସିଥିବା ବେଳେ ରକ୍ତ ଅଭାବରୁ ମୃତ୍ୟୁବରଣ କରୁଥିବା ଜଣାପଡିଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପୋଲସରାରେ ରକ୍ତ ଭଣ୍ଡାର ନିର୍ମାଣ ହୋଇଥିଲେ ମଧ୍ୟ ଏଥିରେ ତାଲା ଝୁଲୁ ଥିବା ଯୋଗୁ ରୋଗୀଙ୍କୁ ଜରୁରୀ କାଳୀନ ରକ୍ତ ଆବଶ୍ୟକ ପାଇଁ ୬୫ କିମି ଦୂରରେ ଥିବା ବ୍ରହ୍ମପୁର ସହରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଏହିନ୍ଦୁ ସମସ୍ୟାକୁ ନେଇ ପୋଲସରା ନାଗରିକ ସୁରକ୍ଷା ଓ ଅଧିକାରୀ ମଞ୍ଚର ସଭାପତି ବୃନ୍ଦାବନ ବେହେରା ତୀବ୍ର ସମାଲୋଚନା କରିବା ସହ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଭାବ ଅସୁବିଧା ଦୂର କରିବା ପାଇଁ ପ୍ରଶାସନ ଓ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ସଂଗଠନ ଜନସ୍ୱାର୍ଥ ମାମଲା ରୁଜୁ କରିବା ପାଇଁ ବାଧ୍ୟ ହେବା ସହ ରାଜ ରାସ୍ତାକୁ ଓହ୍ଲାଇ ଦୃଢ଼ ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ