ରକ୍ତରେ ଚିଠି ଲେଖିଲେ ଆନ୍ତର୍ଜାତୀୟ ସୁଟର
ରକ୍ତରେ ଚିଠି ଲେଖିଲେ ଆନ୍ତର୍ଜାତୀୟ ସୁଟର ନୂଆଦିଲ୍ଲୀ , (ଯୁଗାବ୍ଦ ନ୍ୟୁଜ) : ଦିନକୁ ଦିନ ମହିଳାମାନଙ୍କ ଉପରେ ବଢି ଚାଲିଛି ଦୁଷ୍କର୍ମ ଓ ଅତ୍ୟାଚାର । ଏହାକୁ ବିରୋଦ୍ଧ କରି ଅନେକ ମହିଳା ସଂଗଠନ ରାଜରାସ୍ତାରେ ବିକ୍ଷୋଭ କରୁଥିବା ସହ ଏହି ଘୁର୍ଣ୍ଣ ଅପରାଧ ଉପରେ କେବେ ରୋକ ଲାଗିବ ସେ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ ହାଇଦ୍ରାବାଦ ଗଣ ଦୁଷ୍କର୍ମ ହେଉ ଅବା ନିର୍ଭୟା । ହାଇଦ୍ରାବାଦ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଏନକାଉଣ୍ଟରରେ ମାରିବା ପରେ ଏବେ ସମସ୍ତଙ୍କ ନଜରରେ ନିର୍ଭୟା ମାମଲା । ଏନେଇ ନିଜ ରକ୍ତରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି ବର୍ତ୍ତିକା ସିଂ । ସେ ନିର୍ଭୟା ମାନଲାରେ ୪ ଅଭିଯୁକ୍ତଙ୍କୁ ନିଜ ହାତରେ ଫାଶି ଦେବାକୁ ଚାହୁଁଥିବା ଏହି ଚିଠିରେ ଉଲ୍ଲେଖ କରିଛନ୍ତି । ଏହା ପରେ ସାରା ଦେଶକୁ ଗୋଟିଏ ବାର୍ତ୍ତା ଯିବ ଯେ , ମହିଳାମାନେ ବି ଫାଶି ଦେଇପାରନ୍ତି । ଏଥିପାଇଁ ମତେ ସଂସଦକୁ ନିର୍ବାଚିତ ହୋଇ ଯାଇଥିବା ମହିଳା ସାଂସଦମାନେ ସମର୍ଥନ କରନ୍ତୁ ।


