ରକ୍ତହୀନତା ଦୂରକରେ ସଜନା ଶାଗ

ଶରୀରରେ ରକ୍ତର ପରିମାଣ କମ୍ ହେଲେ ମନୁଷ୍ୟ ରୋଗାକ୍ରାନ୍ତ ହୋଇପଡ଼େ । ତେବେ ଶରୀରରେ ରକ୍ତ କମିଗଲେ ଔଷଧ ପରିବର୍ତ୍ତେ କିଛି ଘରୋଇ ଉପ·ର କଲେ ଲାଭ ମିଳିଥାଏ । ଆୟୁର୍ବେଦ ଚିକିତ୍ସକଙ୍କ ମତରେ ସଜନା ଶାଗ ଆମକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ । ଏହା ନିୟମିତ ଖାଇବା ଭଲ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି । -ବାଡ଼ିରେ ଥିବା ସଜନା ଗଛର ଛୁଇଁକୁ ଆମେ ତରକାରି କରି ଖାଇଥାଉ । ହେଲେ ନିୟମିତ ଏହାର ପତ୍ରକୁ ଖାଦ୍ୟ ରୂପେ ବ୍ୟବହାର କଲେ ଶରୀରରୁ ରକ୍ତହୀନତା ଦୂର ହୋଇଥାଏ । -ସଜନା ପତ୍ରର ରସ ନିୟମିତ ପାନ କଲେ ଉଚ୍ଚ ରକ୍ତ·ପ ସମସ୍ୟା ଦୂର ହୋଇଥାଏ । -ପିଲା ହୁଅନ୍ତୁ ଅବା ବୟସ୍କ ସଜନା ପତ୍ର ଖାଇଲେ ଦୃଷ୍ଟିଶକ୍ତି ବୃଦ୍ଧିପାଇଥାଏ । -ଶରୀରରେ ଆଇରନ୍ର ମାତ୍ରା କମ୍ ହେଲେ ସଜନା ଶାଗ ବ୍ୟତୀତ ଗାଜର ଓ ଅମୃତଭଣ୍ଡା ରସ ପିଇଲେ ଏହା ଦୂର ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ