ରକ୍ତହୀନତା ରୋଗରେ ପଡି ଛଟପଟ ହେଉଛନ୍ତି ବଳରାମ; ଚିକିତ୍ସାରେ ଅର୍ଥ ସାଜିଛି ବାଧକ 

ହାଟଡିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଓରାଳି ପଞ୍ଚାୟତ ନନ୍ଦିପଦା ଗ୍ରାମର ବଳରାମ ଜେନା ନାମକ ଜଣେ ୬୪ବର୍ଷୀୟ ବ୍ୟକ୍ତି ରକ୍ତହୀନତା ରୋଗରେ ପଡି ଛଟପଟ ହେଉଛନ୍ତି । ଚିକିତ୍ସା ପାଇଁ ପାଖରେ ଅର୍ଥ ନଥିବାବେଳେ ଡାକ୍ତରଖାନା କର୍ତ୍ତୁପକ୍ଷ ରକ୍ତ ଦରକାର କେନ୍ଦୁଝର ଯାଅ କହି ଫେରାଇ ଦେବାରୁ ଅସହାୟ ବୃଦ୍ଧ ଜଣକ ଘରେ ପଡି ରହିଛନ୍ତି । ଖବରରୁ ଜଣାଯାଇଛି ଯେ ନନ୍ଦିପଦା ଗ୍ରାମର ବଳରାମ ଜେନା ୧୦ବର୍ଷ ହେଲା ଯକ୍ଷ୍ମା ରୋଗରେ ପଡି ଚିକିତ୍ସିତ ହେଉଥିଲେ । ନିଜର ଛୁଆପିଲା ନଥିବାବେଳେ ପାଖରେ ନିଜ ପତ୍ନୀ ମଞ୍ଜୁ ଜେନାଙ୍କ ବ୍ୟତିତ ଆଉ କେହି ନାହାନ୍ତି । ଏପରି ଅବସ୍ଥାରେ ଗତ କିଛିଦିନ ହେଲା ବଳରାମ ଆଉ ଘରୁ ଉଠି ପାରୁ ନାହାନ୍ତି । ଗତ ଦୁଇଦିନ ତଳେ ଗ୍ରାମର କିଛି ସହୃଦୟ ବ୍ୟକ୍ତି ତାଙ୍କୁ ଆମ୍ବୁଲାନସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିବାବେଳେ ଡାକ୍ତର ତାଙ୍କୁ ପରୀକ୍ଷା କରିବାପରେ ରକ୍ତହୀନତା ଦେଖା ଦେଇଛି ତୁରନ୍ତ ରକ୍ତ ନିଅ ଭଲ ହୋଇଯିବ ବୋଲି କହିବା ସହ କେନ୍ଦୁଝରକୁ ରେଫର କରିଦେଇଥିଲେ । ମାତ୍ର ସେଠାକୁ ଯିବାପାଇଁ କେହି ସହଯୋଗୀ ନମିଳିବାରୁ ଓ ଅଧିକ ଅର୍ଥର ଆବଶ୍ୟକତା ଦୃଷ୍ଟିରୁ ବାଧ୍ୟ ହୋଇ ଘରକୁ ଫେରାଇ ଆଣିଥିଲେ । ଏପରି ଅବସ୍ଥାରେ ସେ ଘରେ ପଡି ରହିଥିବାବେଳେ ହାତଯୋଡି  ଭଲ କରିଦେବାକୁ ନିବେଦନ କରୁଛନ୍ତି ବଳରାମ । କେହି ସ୍ୱେଚ୍ଛାସେବୀ ସଂଗଠନ ସହାୟତା ଓ ସହଯୋଗର ହାତ ବଢ଼ାଇଲେ ବିଚରା ବଳରାମ ସୁସ୍ଥ ହୋଇ ପାରନ୍ତା ବୋଲି ପତ୍ନୀ ମଞ୍ଜୁ ଜେନା ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ