ରକ୍ତାତ ଅବସ୍ଥାରେ ମହିଳାଙ୍କୁୂ ଉଦ୍ଧାର କଲା ଯୋଡା ପୋଲିସ

ଯୋଡ଼ା, (ଯୁଗାବ୍ଦ ନ୍ୟୁଜ୍) କେନ୍ଦୁଝର ଜିଲ୍ଲା ଯୋଡା ସହରର ରାଧାକୃର୍ଷ୍ଣ ମନ୍ଦିର ପ୍ରାଙ୍ଗଣରୁ ରକ୍ତାତ ଅବସ୍ଥାରେ ଜଣେ ମହିଳାଙ୍କୁ ଯୋଡା ପୋଲିସ ଉଦ୍ଧାର କରିଛ ି । ବିଶ୍ୱସ୍ଥ ସୁତ୍ରରୁ ଜଣାପଡିଛି ଯେ , ହୁଡିସାହି ସ୍ଥିତ ଜୈନେକ ମହିଳା ଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ରଖିଥିବାରୁ ସେ ସ୍ୱାମୀଙ୍କୁ ବିରୋଧ କରିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ସ୍ୱାମୀ ଏବଂ ସ୍ୱାମୀଙ୍କ ପ୍ରେମିକା ମହିଳାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହିତ ତାଙ୍କ ମୁଣ୍ଡକୁ ମାରି ଫଟାଇ ଦେଇଥିଲେ । ରକ୍ତାତ ଅବସ୍ଥାରେ ମହିଳା ଜଣଙ୍କ ନ୍ୟାୟ ପାଇଁ ଥାନାକୁ ଯାଉଥିବା ବେଳେ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେତୁ ମୁଣ୍ଡ ବୁଲାଇଦେବାରୁ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ଭିତରକୁ ପଶିଯାଇଥିଲେ । ମନ୍ଦିରର ପୂଜକ ପ୍ରତାପ କୁମାର ଦାଶ ତୁରନ୍ତ ଏନେଇ ଯୋଡା ଥାନାରେ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହନଚି ମହିଳାଙ୍କୁ ଡାକ୍ତରଖାନା ନେଇଥିଲା । ମହିଳାଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ ହେବ ବୋଲି ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ