ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ମଳାସପଦର ଛକରେ ଘଟିଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ ଆଜି ସନ୍ଧ୍ୟା ସମୟରେ ଘର ଛାତ ଉପରେ ମହିଳାକୁ ହାଣି ହତ୍ୟା କରି ଦୃବୁତ୍ତ ମାନେ ଫେରାର ହୋଇ ହୋଇଯାଇଛନ୍ତି | ମୃତ ମହିଳା ଜଣକ ହେଲେ ଜ୍ୟୋଛନା ସାହୁ ଖବର ପାଇ ଭଞ୍ଜନଗର ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ କୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି | ସୂଚନା ପ୍ରକାରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ହୋଇଥିବା ମୃତ ମହିଳାଙ୍କ ପୁଅ ଅଭିଯୋଗ କରିଛନ୍ତି | ଜଣେ ଅପରାଧୀକୁ ଧରାଇବାକୁ ପୋଲିସ କୁ ସୂଚନା ଦେଉଛି ଭାବି ଆଜି ଦୁଇଜଣ ଦୃବୁତ୍ତ ଛାତ ଉପରକୁ ଆସି ବିଭତ୍ସ ଭାବେ କାତିରେ ହାଣି ହତ୍ୟା କରି ଫେରାର ହୋଇଯାଇଛନ୍ତି | ଛାତ ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଜଣକ ପଡିଥିବା ବେଳେ ଘରେ ଥିବା ପରିବାର ଲୋକେ ପୋଲିସ କୁ ଖବର ଦେଇଥିଲେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ