ରକ୍ତ ଦାନ ଶିବିର ଅନୁଷ୍ଠିତ

ବୋଡ଼େନ,(ଡୋଲେଶ୍ଵର ବାଗ):ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କରଙ୍ଗାମାଲ ଠାରେ ଥିବା ଲୋଚନ ଜଗତ ଡିଗ୍ରୀ କଲେଜ ପରିସରରେ ସମ୍ବାଦ ଓ ଆମ ଓଡ଼ିଶା ଆନୁକୁଲ୍ୟରେ ସମ୍ବାଦ ପ୍ରତିନିଧି ଦିଲ୍ଲୀପ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇଥିଲା ।ଉଦଘାଟନୀ ସଭାରେ ଅଧ୍ୟାପକ ପ୍ରେମଲାଲ ତାଣ୍ଡି ସଭାପତିତ୍ବ କରିଥିବା ବେଳେ ବରିଷ୍ଠ ସମାଜସେବୀ ରାଜନୀତିଜ୍ଞ ତଥା ବର୍ତ୍ତମାନର ସରପଞ୍ଚ ରାମଲାଲ ପଣ୍ଡା ମୁଖ୍ୟ ଅତିଥି ରୂପେ ଅଳଙ୍କୃତ ଥିଲେ ।ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ଗୌରାଙ୍ଗ ଜଗତ, ସମ୍ମାନିତ ଅତିଥି ରୂପେ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ମଞ୍ଚାସିନ ଥିଲେ । ସୁନ୍ଦର ଶବ୍ଦ ସଂଯୋଜନାରେ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପାଣ୍ଡେ ମଞ୍ଚ ପରିଚାଳନା କରିଥିବାବେଳେ ଅଧ୍ୟାପକ ରାଜ କୁମାର ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ ।ସ୍ବାସ୍ଥ୍ୟ ବିଭାଗରୁ ଟେକନିସିଆନ ଯଦୁମଣି ବୈଠାରୁ, ଡି ସୁମନ ସୌରଭ ,ପ୍ରଶାନ୍ତ କୁମାର ସାହୁ, ଫାର୍ମାସିଷ୍ଟ ପ୍ରଦୀପ କୁମାର ପଣ୍ଡା ଶିବିରରେ ଯୋଗଦାନ କରି ରକ୍ତ ଦାତାଙ୍କ ଶାରୀରିକ ପରୀକ୍ଷା କରିଥିଲେ ।ଦର୍ଶନ ନ୍ୟୁଜ ସ୍ଵତନ୍ତ୍ର ଜିଲ୍ଲା ପ୍ରତିନିଧି ରାମନାଥ ପଣ୍ଡା ପଞ୍ଜିକରଣ ଦାୟୀତ୍ୱ ନିର୍ବାହ କରିଛନ୍ତି ।ସାମ୍ବାଦିକ ବଂଶୀଧର ନାଗ, ଭିଷ୍ମଦେବ ହେର୍ଣା,ନୀଳମଣି ପଣ୍ଡା, ଡୋଲେଶ୍ଵର ବାଗ କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ରକ୍ତଦାନ ମଧ୍ୟ କରିଛନ୍ତି ।ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ମେହେର, ନୀଳମଣି ପଣ୍ଡା,ବିରେନ୍ଦ୍ର ନିଆଲ, କୃଷ୍ଣ ଚନ୍ଦ୍ର ସ୍ୱାଇଁ,ବିରଞ୍ଚି ମାଝୀ, ଲବ ମାଝୀ, କେଶବ ଭୋଇ ଙ୍କ ସମେତ ସମୁଦାୟ ୧୫ ଜଣ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବରେ ରକ୍ତ ଦାନ କରିଛନ୍ତି ।ଦୁର୍ଯ୍ୟୋଧନ ମାଲି ଓ ନରେନ୍ଦ୍ର ତାଣ୍ଡି ଅନ୍ୟାନ୍ୟ ସୁବିଧାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ