ରକ୍ତ ନ ପାଇ ନାବାଳିକାର ମୃତ୍ୟୁ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ବାରିପଦାସ୍ଥ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ରେ ଚିକିତ୍ସା ଅଭାବରେ ଜନୈକ ନାବାଳିକାକୁ ମୃତ୍ୟୁ ହୋଇଥିବା ଅଭିଯୋଗ କୁ ନେଇ ସହ ଡାକ୍ତରଖାନାରେ ତିବ୍ର ଉତ୍ତେଜନା । ସୂଚନାଯୋଗ୍ୟ ଯେ ବାରିପଦାର ସଦର ଅଞ୍ଚଳର ସପନଚୁଆ ଗ୍ରାମର ସୁନାରାମ ପାତ୍ର ଏବଂ ଲକ୍ଷ୍ମୀ ପାତ୍ରଙ୍କୁ ଏକମାତ୍ର ଅଲିଅଳି ଝିଅ ସୁପ୍ରିୟା ପାତ୍ର(୧୭) । ସୁପ୍ରିୟା ଜଣେ ଥାଲାସେମିଆ ରୋଗୀ ।ସେ ବାରିପଦା ଡ଼ାକ୍ତରଖାନାରେ ସୁପ୍ରିୟା ଙ୍କୁ ୫ ବର୍ଷରୁ ରକ୍ତ ସହ ନେଇ ଆସୁଥିଲେ । ଗତ ୩୧ ତାରିଖ ଦିନ ଝିଅର ଅସୂସ୍ଥତତା ନେଇ ବାରିପଦା ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଗତକାଲି ରାତିରେ ଅସୁସ୍ଥତା ପାଇଁ ତାଙ୍କୁ ରାତିରେ ରକ୍ତ ଦେବା ପାଇଁ ପରିବାର ଲୋକେ ଡାକ୍ତରଙ୍କଙ ବହୁ କାକୁତି ମିନତି ହୋଇଥିଲେ । ରାତିରେ ରକ୍ତ ଦିଆ ଯିବନି ଏବଂ କେହି ଚିକିତ୍ସା କରି ନ ଥିଲେ । ଫଳରେ ଝିଅର ସୋମବାର ସକାଳେ ପ୍ରାଣବାୟୁ ଉଡି ଯାଇଥିଲା ।ଏହାକୁ ନେଇ ଡ଼ାକ୍ତରଖାନାରେ ତିବ୍ର ଉତେଜନା ଦେଖାଦେଇଛି ଦେଇଥିଲା । ହସ୍ପିଟାଲର ମୁଖ୍ୟ ଅଧୀକ୍ଷକଙ୍କୁ ଲୋକେ ଟଣାଓଟରା କରିଥିଲେ । ପରେ ପୋଲିସ ମୁତୟନ କରାଯାଇଥିଲା । ହେଲେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଝିଅର ମୃତ୍ୟୁ ନେଇ ନ୍ୟାୟ ପାଇଁ ପରିବାର ଲୋକେ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଥିଲେ । ପରେ ପ୍ରଶାସନ ତରଫରୁ ତହସିଲଦାର ରାମଚନ୍ଦ୍ର ସୋରେନ ୧୦,୦୦୦ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ଟଙ୍କା ଏବଂ ପରେ ୧୫ ଦିନ ଭିତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହସ୍ପିଟାଲ ସୁପରିଣ୍ଟେଡେଣ୍ଟ ବୈକୁଣ୍ଠ ନାଥ ମହାପାତ୍ର ପ୍ରତିଶ୍ରୁତି ଦେବାପରେ ପରିବାର ଲୋକେ ଧାରଣାରୁ ଓହରିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ କୌଣସି ବ୍ୟକ୍ତି ରକ୍ତ ପାଇଁ ଯେଭଳି ନ ମରନ୍ତି ସେଥିପାଇଁ କର୍ମୀ ମାନଙ୍କୁ ଆହ୍ବାନ ଦେଖେଇ ଜୀବନର ବିନ୍ଦୁ କାର୍ଯ୍ୟକ୍ରମରେ ସବୁ ବଡ଼ ବଡ଼ ଡ଼ାକ୍ତରଖାନାରେ ରକ୍ତ ସଂଗ୍ରହ କରାଯାଇ ରଖାଯାଇଛି । ହେଲେ କେଉଁଠି ନା କେଉଁଠି ଗୋଟାଏ କେଁ ରହିଗଲା ଯେ ସୁପ୍ରିୟାର ଜୀବନ ରକ୍ତ ପାଇଁ ଡହଳ ବିକଳ ହୋଇ ଚାଲିଗଲା ସୁନାରାମ ଓ ଲକ୍ଷ୍ମୀର ସୁନାର ସଂସାର ଚୁରମାର ହୋଇଗଲା ମାଟି ହୋଇଗଲା ସଂସାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ