ରକ୍ତ ସମ୍ପର୍କୀୟ ନୁହେଁ ଭାବ ସମ୍ପର୍କୀୟ ଦେଲେ ମୁଖାଗ୍ନି

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ବ୍ରହ୍ମପୁର-ଗୋପାଳପୁର ରାସ୍ତାର ରାମଚନ୍ଦ୍ରପୁର ଠାରେ ପ୍ରତିଷ୍ଠିତ ବିଶ୍ୱ ନିକେତନ(ଜରାଶ୍ରମ)ର ଜଣେ ଅନ୍ତେବାସୀ ବୃଦ୍ଧାଙ୍କ ଦେହାନ୍ତ ପରେ ତାଙ୍କର ରକ୍ତ ସମ୍ପର୍କୀୟ କେହି ଆସିନଥିବା ବେଳେ ବିଶ୍ୱ ନିକେତନର ପ୍ରତିଷ୍ଠାତା ଭାବ ସମ୍ପର୍କୀୟ ଶବ ସଂସ୍କାର ବେଳେ ମୁଖାଗ୍ନି ଦେଇ ନୂତନ ପରମ୍ପରା ସୃଷ୍ଟି କରିଛନ୍ତି। ଆଜିର ସମାଜ ବରିଷ୍ଠ ନାଗରିକ ମାନଙ୍କୁ ଯତ୍ନ ଦେଇପାରୁନଥିବା ବେଳେ ବିଶିଷ୍ଟ ସମାଜସେବୀ ମହାନ ସଂଘର ସଭାପତି ସୁଶାନ୍ତ କୁମାର ସାବତ ନିଜର କିଛି ସହଯୋଗୀ ବନ୍ଧୁଙ୍କ ସହଯୋଗରେ ଦୀର୍ଘ ୧୨ ବର୍ଷ ଧରି ଗୋପାଳପୁର ରୋଡ ସ୍ଥିତ ରାମଚନ୍ଦ୍ରପୁର ଠାରେ ନିଜସ୍ଵ ପ୍ରଚେଷ୍ଟାରେ ବିଶ୍ୱ ନିକେତନ ନାମକ ଜରା ନିବାସ ପ୍ରତିଷ୍ଠା କରି ଅସହାୟ ବରିଷ୍ଠ ନାଗରିକ ମାନଙ୍କୁ ସେବା ପ୍ରଦାନ କରି ଆସୁଛନ୍ତି। ଅନେକ ବୃଦ୍ଧ ପିତା ଓ ବୃଦ୍ଧା ମାତାଙ୍କୁ ନିଜ ପୁତ୍ର ସହ ଆପୋଷ ବୁଝାମଣା ମାଧ୍ୟମରେ ନିଜ ପରିବାରକୁ ଫେରାଇ ପାରିଛନ୍ତି । ଆଉପାଦେ ଆଗକୁ ଯାଇ ଆଜି ଜଣେ ୮୭ ବର୍ଷର ଅନ୍ତେବାସି ବୃଦ୍ଧାଙ୍କ ବିୟୋଗରେ ତାଙ୍କର ରକ୍ତ ସମ୍ପର୍କୀୟ ନଆସିବାରୁ ତାଙ୍କର ଶେଷକୃତ୍ୟ ସଂପନ୍ନ କରା ଯାଇଥିଲା। ହେଲେ ପରମ୍ପରା ଅନୁଯାୟୀ ନିଜ ରକ୍ତ ସମ୍ପର୍କୀୟ ମୁଖାଗ୍ନୀ ଦେବାକଥ। କିନ୍ତୁ ବୃଦ୍ଧାଙ୍କ ରକ୍ତ ସମ୍ପର୍କୀୟ ନଆସିବାରୁ ବିଶ୍ୱ ନିକେତନର ପ୍ରତିଷ୍ଠାତା ତଥା ମହାନ୍ ସଂଘର ସଭାପତି ତଥା ଭାବ ସମ୍ପର୍କୀୟ ସୁଶାନ୍ତ କୁମାର ସାବତ ନିଜେ ମୂଖାଗ୍ନି ଦେଇ ନିଜର ମହାନତା ଦେଖେଇବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ଶବ ସଂସ୍କାର କାର୍ଯ୍ୟରେ ବ୍ରଜ ନାୟକ, ଚିତ୍ତରଞ୍ଜନ ପ୍ରଧାନ, କୃଷ୍ଣ ଚନ୍ଦ୍ର ନାୟକ, ସଞ୍ଜୟ ଦଳାଇ ଙ୍କ ସମତେ ବହୁ ଅଞ୍ଚଳ ବାସି ସହଯୋଗ କରିଥିଲେ। ଥିଲେ । ଶ୍ରୀ ସାବତଙ୍କ ଏହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲ ସାଧୁବାଦ ଜଣାଇଛନ୍ତି । ପ୍ରକାଶ ଥାଉକି ଶ୍ରୀ ସାବତ ଦୀର୍ଘ ୩୭ ବର୍ଷ ଧରି ମହାନ୍ ସଂଘ ସହ ରୋଟାରୀ କ୍ଲବ ମିଡ ଟାଉନ, ଲାୟନ୍ସ କ୍ଲବ, ୱାର୍କରସ କ୍ଲବ, ୱାଇଜ ମେନ୍ କ୍ଲବ, ଆନ୍ତର୍ଜାତୀୟ ଓଡିଆ ସ୍ୱାଭିମାନ ପ୍ରତିଷ୍ଠାନ, ସିଦ୍ଧି ବିନାୟକ ପୀଠ, ଫ୍ରେଣ୍ଡସ ହେଲପିଙ୍ଗ କ୍ଲବ ପରି ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ରହି ଜନକଲ୍ୟାଣ କାର୍ଯ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କରି ପ୍ରେରଣରେ ଶତାଧିକ ବ୍ୟକ୍ତି ସମାଜ ସେବା କାର୍ଯ୍ୟରେ ନିୟୋଜିତ ହୋଇ ଜନକଲ୍ୟାଣ କାର୍ଯ୍ୟ କରୁଥିବା ଦେଖା ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ