ରକ୍ଷକ ହୋଇ ଭକ୍ଷକ ହେଲେ ତହସିଲଦାର, କାର୍ଯ୍ୟାନୁଷ୍ଠାନ ଅପେକ୍ଷାରେ ଜନସାଧାରଣ

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନ ମହାମାରୀ ଲକ୍ ଡାଉନ୍ ଓ କଫ୍ୟୁ ସମୟରେ ଜଣେ ତହସିଲଦାର ସବୁ ନିୟମକୁ ଉଲଂଘନ କରି ଲୁଗା ଦୋକାନ ଖୋଲାଇ ଲୁଗା କିଣିବା ଘଟଣାର ଭିଡିଓ ଏବେ ସମଗ୍ର ରାଜ୍ୟରେ ଭାଇରାଲ ହେବାରେ ଲାଗିଛି । ନିଜେ ରକ୍ଷକ ହୋଇ ଭକ୍ଷକ ସାଜିବା ଘଟଣାକୁ ସାଧାରଣ ଅଞ୍ଚଳବାସୀ ସହଜରେ ହଜମ କରି ପାରନାହାନ୍ତି । ପ୍ରକାଶ ଯେ, କରୋନା ମହାମାରୀ ରୋକିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍‌, ସଟ୍ ଡାଉନ୍ ଓ କଫ୍ୟୁ ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ନିୟମକୁ କଡାକଡି ପାଳନ କରାଇବା କ୍ଷେତ୍ରରେ ସମସ୍ତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏପରିପେକ୍ଷୀରେ ଭଦ୍ରକ ଜିଲା ବନ୍ତ ତହସିଲର ତହସିଲଦାର ମାଜିଷ୍ଟେଟ୍ ଦାୟୀତ୍ୱରେ ଥାଇ ଲକ୍ ଡାଉନ୍ କଟକଣାକୁ କାର୍ଯ୍ୟକାରୀ କରାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ହେଲେ ଗତ ୧୯ ତାରିଖ ସନ୍ଧ୍ୟା ୭ଟା ପରେ କଫ୍ୟୁ ସମୟରେ ନିଜେ ଆଇନ ଉଲଂଘନ କରିଥିବାର ଏକ ଭିଡିଓ ଏବେ ତାଙ୍କୁ ଅଡୁଆରେ ପକାଇଛି । କଫ୍ୟୁ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଆଗରପଡା ବଜାରରେ ଏକ ଡ୍ରେସ୍ ଦୋକାନ ଖୋଲା କରି ଡ୍ରେସ୍ କିଣୁଥିବା ଖବର ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଜାଣିବାକୁ ପାଇଥିଲେ । ପରେ ଯୁବକ ମାନେ ଡ୍ରେସ୍ ଦୋକାନ ନିକଟରେ ପହଞ୍ôଚ ଦୋକାନର ସଟର ପକାଇ ଦେବା ସହ କଫ୍ୟୁ ସମୟରେ କାହିଁକି ଦୋକାନ ଖୋଲା କରି ଡ୍ରେସ୍ କିଣୁଛ ବୋଲି ତହସିଲଦାରଙ୍କୁ ପ୍ରଶ୍ନ କରିଥିଲେ । ଯୁବକ ମାନଙ୍କ ପ୍ରଶ୍ନରେ ତହସିଲଦାର ହଡବଡ ହୋଇଯାଇଥିଲେ । ଯୁବକ ମାନଙ୍କ ସହ ତହସିଲଦାରଙ୍କ ଏଭଳି ଯୁକ୍ତିତର୍କ କିଛି ସମୟ ଧରି ଚାଲିଥିଲା । ଏହି ଘଟଣାକୁ କେହି ବ୍ୟକ୍ତି ମୋବାଇଲ ମାଧ୍ୟମରେ ଭିଡିଓ ରେକଡିଂ କରି ନେଇଥିଲେ । ସୋମବାର ଠାରୁ ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ଅପରପକ୍ଷେ ମାଜିଷ୍ଟେଟ୍ ଦାୟୀତ୍ୱରେ ଥିବା ଜଣେ ତହସିଲଦାର କିପରି କଫ୍ୟୁ ସମୟରେ ଆଇନକୁ ଉଲଂଘନ କରି ଏଭଳି କାର୍ଯ୍ୟ କରିପାରିଲେ ସେନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ବନ୍ତ ଅଞ୍ଚଳବାସୀ ଦେଖିବାକୁ ଅପେକ୍ଷା କରିଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ